ଜିଲ୍ଲା ଆଦିବାସୀ ସଂଘ ଓ କୋଶଳ ଯୁବ ସମନୟ ସମିତି ତରଫରୁ ଖପ୍ରାଖୋଲ ଥାନା ଘେରାଉ

0 261

ପାଟଣାଗଡ଼,୯/୧୦- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ବେନକେରା ଗାଁର ଆଦିବାସୀ ଯୁବକ ରାଜୀବ ରଞ୍ଜବ ବରିହାକୁ ଆକ୍ରମଣ ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ ଦାବୀ କରି ଆଜି ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଏବଂ କୋଶଳ ଯୁବ ସମନୟ ସମିତି ତରଫରୁ ଖପ୍ରାଖୋଲ ଥାନା ଘେରାଉ କରାଯାଇଛି । ପ୍ରଥମେ ଖପ୍ରାଖୋଲ ପେଟ୍ରୋଲ ଟାଙ୍କି ନିକଟରେ ସମସ୍ତେ ଏକତ୍ରିତ ହୋଇ ସେଠାରୁ ଏକ ଶୋଭାଯାତ୍ରା ବାହାରି ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୋଲିସ ବିରୋଧୀ ନାରାବାଜି କରି ସହର ପରିକ୍ରମାପରେ ଥାନା ସମ୍ମୁଖରେ ପହଁଚିଥିଲେ । ଏବଂ ଥାନା ସମ୍ମୁଖରେ ଧାରଣା ଦେଇଥିଲେ ଏବଂ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ କରିଥିଲେ । ମିଳିଥିବା ସୂଚନା ଅନୁସାରେ ଗତ ୨/୧୦/୨୧ ତାରିଖ ଦିନ ରାତି ପ୍ରାୟ ୮ଟାରେ ବେନକେରା ଗାଁର ରାଜୀବ ବରିହାକୁ ସେହି ଗାଁର ୫ ଜଣ ତ୍ରିନାଥ ପୁଟେଲ, ସୁଧାଂଶୁ ପୁଟେଲ, ଦେବରାଜ ପୁଟେଲ,ଲିଙ୍ଗରାଜ ପୁଟେଲ, ଶିବୁରାମ ପୁଟେଲ ମିଶି ଆକ୍ରମଣ କରି ମାଡ଼ ମାରିଥିଲେ । ଏଥିରେ ଯୁବକ ଗୁରୁତର ଆହତ ହୋଇ ଡାକ୍ତରଖାନରେ ସିକିତ୍ସିତ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ୩ ଜଣକୁ ଖପ୍ରାଖୋଲ ପୁଲିସ ଗିରଫ କରିଛି ଏବଂ ଅନ୍ୟ ମୁଖ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବାରୁ ତାଙ୍କୁ ଗିରଫ କରିବାକୁ ଖପ୍ରାଖୋଲ ଥାନା ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପରେ ଘଟଣା ସ୍ଥଳରେ ପାଟଣାଗଡ଼ ଉପଖଣ୍ଡ ଅଧିକାରୀ ଜ୍ୟୋତିମୟ ଭୁକ୍ତା ପହଁଚି ତଦନ୍ତ ଚାଲିଛି ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗୁରଫ କରିବାର ପ୍ରତିଶୃତି ପରେ ବିକ୍ଷୋଭକାରୀମାନେ ଆନ୍ଦୋଳନରୁ ଓହରିଥିଲେ । ଏଥିରେ ଶତାଧିକ ଆଦିବାସୀ ମହିଳା ପୁରୁଷ କୋଶଳ ପ୍ରେମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 + nineteen =