ପାଟଣାଗଡ଼,୨୦/୪- ବଲାଙ୍ଗୀର ଜିଲ୍ଲା ବେଲାପଡା ବ୍ଲକ ଅନ୍ତର୍ଗତ ଯୁବା ପଞ୍ଚାୟତ ଭୂଲିିଆ ବନ୍ଦ ଗ୍ରାମରେ ଆଜି ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିଲା । ଆଖ ପାଖର ଭକ୍ତମାନେ ଉପସ୍ଥିତ ରହି ବହୁତ ଖୁସି ଆନନ୍ଦ ଅନୁଭବ କରିବା ସହିତ ସମସ୍ତ ଶ୍ରଦ୍ଧାଳୁମାନଙ୍କ ସମେତ ମହିଳାମାନେ ନାଚି ଉଠିଥିଲେ । ପଶ୍ଚିମ ଓଡ଼ିଶାର ଅଏଁଲାତୁଙ୍ଗା ଗ୍ରାମର ସୁନାମଧନ୍ୟ ପାରାୟଣ ଗାୟକ ରମାକାନ୍ତ ପଣ୍ଡା ବ୍ୟାସ ଭାବେ ଯୋଗଦେଇ ପାରାୟଣ ଗାନ କରିଥିଲେ ଓ ପୂଜକ ଭାବେ ପଣ୍ଡିତ କୌଶଲ ପରୋହିତ କାର୍ଯ୍ୟ ନିର୍ବାହ କରିଥିବା ବେଳେ ପୂଜା କର୍ତ୍ତା ଭାବରେ ଚିନ୍ତାମଣି ମଲ୍ଲିକ ଓ ଧର୍ମପତ୍ନୀ ପଦ୍ମାବତୀ ମଲ୍ଲିକ ଓ ଭୁଲିଆବନ୍ଦ ଗ୍ରାମବାସୀ ସହଯୋଗ କରିଥିଲେ । ଖିରସିନ୍ଦୁ ମଲ୍ଲିକ, ସୂପାଲ ମେହେର, ପବିତ୍ର ମଲ୍ଲିକ, ନିତ୍ୟାନନ୍ଦ ବିଶ୍ୱାଳ, ଉପେନ୍ଦ୍ର ଦେଓ, ଡମ୍ବରୁ ଧର ବୁଡେକ, ମହନ୍ ମଲ୍ଲିକ ଅନ୍ୟ ଭକ୍ତମାନେ ପୂଜାରେ ସହଯୋଗ କରିଥିଲେ । ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନପ୍ରସାଦ ଓ ।ସରବତ ପାଣିର ବ୍ୟବସ୍ଥା କରାଯାଇଥିଲା । ପାରାୟଣ ଦେଖିବାକୁ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।