କୋମଳମତି ପିଲାଙ୍କୁ ଦେଖି ତରଳିଗଲେ ବିଡ଼ିଓ : ସ୍କୁଲ ଫେରାଇ ଆଣିବାକୁ ଦେଲେ ପ୍ରତିଶ୍ରୁତି

0 152

ପାଟଣାଗଡ଼- ପାଟଣାଗଡ ବ୍ଲକ ଖୁଣ୍ଟସମଲେଇ ଗ୍ରାମପଞ୍ଚାୟତ ଗରଗଡ଼ଛାପର ପ୍ରାଥମିକ ବିଦ୍ୟାଳୟରେ ପିଲା କମ୍‌ ହେତୁ ଢୋଡ଼ମହୁଲ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ହୋଇଥିଲା । ଗରଗଡ଼ଛାପର ସ୍କୁଲଟି ଢୋଡ଼ମହୁଲ ସ୍କୁଲଠାରୁ ୨.୫ କିଲୋମିଟର ଦୂର ହୋଇଥିବାବେଳେ ତାହାକୁ ଅଧ କିଲୋମିଟର ଦର୍ଶାଯାଇଥିବାରୁ ଗାଁ ଲୋକେ ବାରମ୍ବାର ପ୍ରଶାସନ ପାଖରେ ଠିକ ଅନୁସନ୍ଧାନ କରି ସ୍କୁଲଟିକୁ ଫେରାଇ ଦେବାପାଇଁ ଅନୁରୋଧ କରି ଆସୁଥିଲେ । ଅଧିକ ଦୂର, ନିକଞ୍ଚନ ରାସ୍ତା ଓ ପ୍ରଚଣ୍ଡ ଖରାକୁ ଦେଖି ଦୀର୍ଘଦିନ ହେଲାଣି ପିଲାମାନେ ସ୍କୁଲ ଯାଉନଥିଲେ । ଆଜି ଖୁଣ୍ଟସମଲେଇ ସମିତିସଭ୍ୟାଙ୍କ ଅନୁରୋଧକ୍ରମେ ପାଟଣାଗଡ ବିଡ଼ିଓ ନୀଳମାଧବ ସୁନା ଗାଁକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କଲା ସମୟରେ ୨୩ଜଣ କୋମଳମତି ଶିଶୁ ତାଙ୍କ ସ୍କୁଲ ଫେରାଇଦେବା ପାଇଁ ଅନୁରୋଧ କରିଥିଲେ । କୋମଳମତି ପିଲାମାନଙ୍କ ଅନୁରୋଧ ତଥା ପରିସ୍ଥିତିର ଅନୁଧ୍ୟାନ କରି ବିଡ଼ିଓ ଶ୍ରୀ ନୀଳମାଧବ ସୁନା ସ୍କୁଲଟିକୁ ପୁନଃ ସ୍ଥାପନ ପାଇଁ ଶିକ୍ଷା ବିଭାଗର ଉପରିସ୍ଥ ଅଧିକାରୀ ମାନଙ୍କ କଥା ହେବା ସହିତ ବର୍ତ୍ତମାନ ପିଲାମାନେ କିପରି ସୁବିଧାରେ ପାଠପଢି ପାରିବେ ସେ ସୁବିଧା କରିବେ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

four × five =