ସ୍ୱାଧୀନତା ୭୫ ବର୍ଷ ପରେ ଚାଷୀ ଅବହେଳିତ, ଚାଷୀ ସଂଗଠନ ଗଠନ କରିବାକୁ ପ୍ରସ୍ତୁତି ବୈଠକ

0 148

ପାଟଣାଗଡ଼,୧୯/୮-ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଲୁହାସିଂହା ପଞ୍ଚାୟତ ଲୁହାସିଂହା ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ଚାଷୀ ବାବାଜୀ ମେହେରଙ୍କ ନେତୃତ୍ୱରେ ଅସ୍ଥାୟୀ ସଭାପତି ସନ୍ତୋଷ ସିଂଦେଓ ଙ୍କ ଅଧ୍ୟକ୍ଷତାରେ ଚାଷୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୁହାସିଂହା ସମବାୟ ସମିତି ଅଧିନସ୍ଥ ୫ ଖଣ୍ଡ ପଞ୍ଚାୟତ ର ପ୍ରାୟ ୨୯ ଖଣ୍ଡ ଗ୍ରାମର ଚାଷୀମାନେ ଯୋଗ ଦେଇଥିଲେ । ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ସ୍ୱାଧୀନତାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଚାଷୀ ଅବହେଳିତ ,ଅଭାବି ବିକ୍ରୀ , ଠିକ୍‌ ସମୟରେ ସାର ଔଷଧ ପାଇପାରୁ ନଥିବାରୁ ଘୋର ଅସୁବିଧା ସମୁଖୀନ ହେଉଥିବା ବୈଠକ ରେ ମତ ପ୍ରକାଶ ପାଇବା ସହ ଅସନ୍ତୋଷ ପ୍ରକାଶ ପାଇବା ସହ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଦିଗରେ ପଦକ୍ଷେପ ନେବା ଏବଂ ଦାବି କରିବା, ଚାଷୀ ସଂଗଠନ ଗଠନ କରି ସହ ତୃଣମୂଳ ସ୍ତରରେ ମଜଭୁତ କରିବା ପାଇଁ ପ୍ରତ୍ୟେକ ଗ୍ରାମ, ପଞ୍ଚାୟତ ଗୁଡିକରେ ଚାଷୀ ସଂଗଠନ ଗଠନ ସମେତ ଆଗାମୀ ଦିନରେ ୫ ଗୋଟି ପଞ୍ଚାୟତ ର ୨୯ ଖଣ୍ଡ ଗ୍ରା ର ଚାଷୀ ମାନଙ୍କୁ ନେଇ ଏକ ସ୍ଥାୟୀ ଚାଷୀ ସଂଗଠନ ଗଠନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଅବସରପ୍ରାପ୍ତ କୃଷି ଅଧିକାରୀ ଧନେଶ୍ୱର ନାଗ ଯୋଗଦେଇ ଚାଷୀ ସଂଗଠନ ଗଠନର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏଥିରେ ଚାଷୀ ନେତା କନ୍ଦର୍ପ ସୁଆର , ସୁଶିଲ କୁମାର ଗୁରୁ, ସୀମାଞ୍ଚଳ ପୁରୋହିତ ,ସୁନାରାମ ପୁଟେଲ , ପ୍ରତାପ ସିଂହଦେଓ , ରାଜକିଶୋର ମେହେର, ଶଙ୍କର ରାଉତ ,ସୈ ।ରୀ କୁମାର ସିଂହଦେଓ ,ସୋଭାଗ୍ୟ କୁମାର ସିଂହଦେଓ ପଞ୍ଚାନନ ହାତୀ ,ଶିବ ଛତର , ବିପିନ ବରିହା, କୁରେଶ୍ୱର ବରିହା, ହୃଷିକେଶ ବରିହା, ରମାକାନ୍ତ ବରିହା , ଜଗବନ୍ଧୁ ବରିହା , ଚନ୍ଦ୍ରଶେଖର ବରିହା, କ୍ଷୀର ସିନ୍ଧୁ ବନଛୋର , ଘନଶ୍ୟାମ ଥପା , ରମେଶ ପାଢୀ, ଶୁକୃ ଷାଣ୍ଢ , ଚୈତନ୍ୟ ପୁଟେଲ , ପାଣ୍ଡବ ବରିହା , ଗୈାର ପୁଟେଲଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିବାବେଳେ କ୍ଷୀର ସିନ୍ଧୁ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

2 + eighteen =