ହରିଶଙ୍କର ପୀଠରେ ସେଲ୍ଫି ଜୋନ୍‌ ଉଦଘାଟନ

0 228

ପାଟଣାଗଡ଼,୨୨/୧୦- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକରେ ଥିବା ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ହରିଶଙ୍କର ମନ୍ଦିର ପ୍ରାଙ୍ଗଣରେ ଏକ ସେଲ୍ଫି ଜୋନ୍‌ ନିର୍ମାଣ କରାଯାଇଅଛି । ହରିଶଙ୍କର ପୀଠକୁ ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନଙ୍କ ପାଇଁ ସୌନ୍ଦର୍ଯ୍ୟ କରଣ ଓ ଆକର୍ଷଣୀୟ ପାଇଁ ଆଇ ଲଭ୍‌ ହରିଶଙ୍କର ଲେଖାଥିବା ସେଲ୍ଫି ପଏଣ୍ଟ ନିର୍ମାଣ ହୋଇଥିବା ବେଳେ ଆଜି ତାହା ଶୁଭାରମ୍ଭ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟଅତିଥି ଭାବେ ଯୋଗଦେଇ ସେଲ୍ଫି ଜୋନ୍‌ର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଂଜନ ରାଉତ, ଆସିଷ୍ଟାଣ୍ଟ ଇଞ୍ଜିନିୟର ସୌମ୍ୟରଞ୍ଜନ ଜୟପୁରିଆ, ଜେଇ ସୂର୍ଯ୍ୟଭାନୁ ମେହେର ଓ ନାନ୍ଦୁପଲା ପଞ୍ଚାୟତ ସରପଞ୍ଚ ସୁରେଶ ପୂଜାରୀ, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ହରିଶଙ୍କର ଫାଣ୍ଡି ଅଧିକାରୀ ସାୱନ କେରକେଟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଖପ୍ରାଖୋଲ ବ୍ଳକର ବିଭିନ୍ନ ବିଦ୍ୟାଳୟ ମାନଙ୍କୁ ଜିଲ୍ଲାପାଳ ପରିଦର୍ଶନ କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

3 + six =