ପବିତ୍ର ହରିଶଙ୍କର ପୀଠରେ ଜାଗର ମେଳା ଅନୁଷ୍ଠିତ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

0 162

ପାଟଣାଗଡ଼,୧/୩- ପଶ୍ଚିମ ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପବିତ୍ର ହରିଶଙ୍କର ପୀଠରେ ଆଜି ମହାଶିବରାତ୍ରି ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । କୋଭିଡ୍‌ ଗାଇଡଲାଇନକୁ ପାଳନକରି ସମସ୍ତଙ୍କୁ ପୂଜାର୍ଚ୍ଚନା କରିବାପାଇଁ ସୁଯୋଗ ଦିଆଯାଇଥିଲା । ଦେବାଧିଦେବ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ହୋଇପଡିଛି ହରିଶଙ୍କର । ମନ୍ଦିର ଗୁଡିକ ପୂଜାର୍ଚ୍ଚନା ପାଇଁ ବିଶେଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗୋଟିଏ ବର୍ଷ ପରେ ପ୍ରଭୁଙ୍କ ପାଖରେ ଜାଗର ଜାଳିବା ପାଇଁ ଲୋକଙ୍କ ମନରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି । ଭକ୍ତମାନେ ହରିଶଙ୍କର ବୁଲିବାସହ ଗାଧୋଇବାର ମଜା ନେଉଛନ୍ତି । ଆଜି ସକାଳୁ ଶ୍ରଦ୍ଧାଳୁମାନେ ଧାଡିରେ ରହି ପ୍ରଭୁଙ୍କ ଦର୍ଶନ କରିଥିଲେ । ସମସ୍ତେ ଶିବ କୃପା ଲାଭ କରିବା ପାଇଁ ଆତୁର ଅଛନ୍ତି । ରାତିରେ ମହାଦୀପ ଉଠିବାସହ ନୀତିକାନ୍ତି ଶହ ଜାଗର ଯାତ୍ରା ପାଳନ ହେବ । ବ୍ୟବସାୟୀ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି ଦି ପଇସା ରୋଜଗାର ଆଶାରେ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

three × 4 =