ଦାବମାଳ ଓ ଗଏଲପିଟା ଅଙ୍ଗନବାଡ଼ି କେନ୍ଦ୍ର ଅସୁରକ୍ଷିତ, ଲୁହା ଗେଟ୍‌ ଲଗାଇବାକୁ ଦାବି

0 102

ପାଟଣାଗଡ଼,୧୦/୨- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ ଦାବମାଳ ଓ ଗଏଲପିଟା ଅଙ୍ଗନବାଡ଼ି କେନ୍ଦ୍ରରେ ଦୀର୍ଘ ଦିନ ଧରି ପାଚେରୀ ନିର୍ମାଣ କରାଯାଇଥିବା ବେଳେ ଲୁହାଗେଟ୍‌ ଲଗାଯାଇ ନଥିବା ଯୋଗୁଁ କେନ୍ଦ୍ରଟି ଅସୁରକ୍ଷିତ ହୋଇପଡିଛି । ସୂଚନା ଅନୁସାରେ ଗେର୍ଡ ପଞ୍ଚାୟତ ର ସ୍ଥାନୀୟ ସରପଞ୍ଚଙ୍କ ତତ୍ତ୍ୱାବଧାନରେ ଉଭୟ ଦୁଇ ଅଙ୍ଗନବାଡ଼ି କେନ୍ଦ୍ରର ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି । ପାଚେରୀ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଦୀର୍ଘ ୨ ବର୍ଷରୁ ଅଧିକଦିନ ବିତି ଯାଇଥିଲେ ମଧ୍ୟ ଗେଟ୍‌ ଲଗାଉନଥିବା ଅଭିଯୋଗ ହେଉଛି । ଗେଟ୍‌ ନଥିବା ଯୋଗୁଁ ଗାଈ ବାଛୁରୀ ବଳଦ ପଶିବାସହ ମଦୁଆମାନଙ୍କ କେନ୍ଦ୍ରସ୍ଥଳୀ ପାଲଟିଛି । ସରପଞ୍ଚଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଅଙ୍ଗନବାଡ଼ି କର୍ମୀ ଯଶୋଦା ବରିହା ଓ ରିତାବାଗ ଅଭିଯୋଗ କରିଛନ୍ତି । ଏନେଇ ଗେର୍ଡା ପଞ୍ଚାୟତ ର ପୂର୍ବତନ ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ଫୋନ୍‌ ରିସିଭ କରିନଥିଲେ । ଏଥିପ୍ରତି ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

4 + 1 =