ଦୀର୍ଘଦିନର ନିରବତା ପରେ ପୁଣି ଲାଗିଲା ମାଓ ବ୍ୟାନର, ଜବତକଲା ଲାଠୋର ପୁଲିସ

0 234

ପାଟଣାଗଡ,୧୫/୫- ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍‌ ଲାଠୋର ଥାନା ଅନ୍ତର୍ଗତ ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ଦୁଇଟି ମାଓବାଦୀ ବ୍ୟାନର ହିନ୍ଦୀ ଓ ଓଡିଆ ଭାଷାରେ ଲେଖା ହୋଇଥିବ ଦେଖିବାକୁ ମିଳିଛି । ଆଜି ଘୁନୁସର ବଜାର ହୋଇଥିବା ବେଳେ ବଜାରକୁ ଆସିଥିବା ବ୍ୟବସାୟୀ ଓ ଜନସାଧାରଣ ମାଓବାଦୀ ମାରିଥିବା ବ୍ୟାନର ଦେଖିବାକୁ ପାଇଥିଲେ । ଏହି ବ୍ୟାନରରେ ଓଡ଼ିଆ ଭାଷାରେ ପୁଲିସ ଦମନ ବିରୋଧରେ ମେ’ ୨୦ ତାରିଖ ଦିନ ଓଡିଶା ରାଜ୍ୟ ବନ୍ଦ ସଫଳ କରନ୍ତୁ ବୋଲି ଲେଖାଯାଇଛି । ଏଥିସହ ଗତଦୁଇ ବର୍ଷ ଭିତରେ ବର୍ବରତା ପୂର୍ବକ ପୁଲିସର ଗୁଳିବର୍ଷଣରେ ୨୦ ଜଣ ବିପ୍ଲବୀଙ୍କ ହତ୍ୟା କରିବାରେ ରାଜ୍ୟବନ୍ଦକୁ ସଫଳ କରାନ୍ତୁ । ରାଜନୈତିକ ସମାଧାନ ଦମନ ଅଭିଯାନ ନାମରେ ଦେଶ ଭିତରେ ଜନତା ଉପରେ ସରକାର ଯୁଦ୍ଧକୁ ବିରୋଧ କରନ୍ତୁ । ଦେଶରୁ ସମ୍ମତି ଦବାଇବା ଲାଗି ବ୍ରାହ୍ମଣୀୟ, ହିନ୍ଦୁତ୍ୱ, ଫାସିବାଦ ସରକାର ଦ୍ୱାରା ଚାଲଯାଉଥିବା ଦମନ ଅଭିଯାନ ବିରୋଧ କରନ୍ତୁ । କମ୍ରେଡ଼ ରବିନ୍ଦ୍ର, କମ୍ରେଡ଼ ରୋହିତ ଅମର ରହେ, ଲେଖା ହେବାସହ ଶେଷରେ ଭାରତ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ମେ’ ୨୦୨୨ ଲେଖାହୋଇଥିବା ଦେଖିବାକୁ ମିଳିଛି । ଏହି ମାଓ ବ୍ୟାନର ଲଗାଯାଇଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ଏ ଘଟଣାର ଖବରପାଇ ପୁଲିସ ବ୍ୟାନରକୁ ଜବତ କରିଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

20 + four =