ପାଟଣାଗଡ ସିଟିଜେନ କମିଟିର ସାଧାରଣ ପରିଷଦ ବୈଠକ

0 126

ପାଟଣାଗଡ,୨/୧୦- କୁତମୁଣ୍ଡା ସ୍ଥିତ କାହ୍ନା ନର୍ସରୀ ଠାରେ ପାଟଣାଗଡ ସିଟିଜେନ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଘନଶ୍ୟାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାଟଣାଗଡ ସହରର ଟ୍ରାଫିକ ସମସ୍ୟା, ପାନୀୟ ଜଳଯୋଗାଣ ବ୍ୟବସ୍ଥା, ଷ୍ଟ୍ରିଟ ଲାଇଟ, ବିଦ୍ୟୁତ,ବୁଲାଗାଈଗୋରୁଙ୍କ ସୁରକ୍ଷା, ସହର ରାସ୍ତା ପ୍ରଶସ୍ତି କରଣ, ସେଣ୍ଟ୍ରାଲ ପବ୍ଲିକ ସ୍କୁଲ, କାଞ୍ଜି ଗୃହ ନିର୍ମାଣ, ସହର ଭିତରେ ଯାନବାହାନର ହର୍ଣ୍ଣ ପ୍ରଦୂଷଣ ରୋକିବା ଉପରେ ଆଲୋଚନା କରାଯାଇଥିଲା । ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ସକାଶେ ସୋମବାର ଦିନ ପାଟଣାଗଡ ଉପଜିଲ୍ଲାପାଳ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ,ଏନଏସି ଅଧ୍ୟକ୍ଷ ଙ୍କୁ କମିଟି ତରଫରୁ ଆଲୋଚନା କରିବାକୁ ନିଷ୍ପତ୍ତି ହୋଇଥିଲା କ୍ଷ ଦାବୀ ଗୁଡିକୁ ପୂରଣ କରିବା ଦିଗରେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲେ ସିଟିଜେନ କମିଟି ଆନ୍ଦୋଳନକୁ ଜୋରଦାର କରିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା । ପାଟଣାଗଡ ସହରର ସୌନ୍ଦର୍ଯ୍ୟକରଣ, ସ୍ୱଚ୍ଛତା, ପରିବେଶ ସୁରକ୍ଷା, ପରିମଳ ସୁରକ୍ଷା, ଶିଶୁ ଏବଂ ମହିଳା ଡାକ୍ତରଖାନା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ଉପରେ ସମ୍ପୃକ୍ତ ବିଭାଗର ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପାଦନ କରିବାପାଇଁ କମିଟି ତରଫରୁ ସମସ୍ତ ସହଯୋଗ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା । ବୈଠକରେ କମିଟିର ସାଧାରଣ ସମ୍ପାଦକ ସବ୍ୟସାଚୀ ମାଝି, ରାଜେଶ ମେହେର, ଅନିଲ କୁମାର ମେହେର, ସୁନିଲ ଗୋୟଲ, ବିଜୟ ମେହେର, ନିରଞ୍ଜନ ବିଶି, ବାବୁ ପଣ୍ଡା, ଚକ୍ରଧର ତାଣ୍ଡି, ସଦାଶିବ ସରାଫ, ବଂଶୀଧର ସେଠ, କାର୍ତିକ ମେହେର, ପଞ୍ଚକ୍ଷ ସାହୁ ଙ୍କ ସହିତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ରାଜେଶ ମେହେର ସଭା ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

20 − six =