ମଧ୍ୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୪୩ ବର୍ଷ ପରେ ମିଳିଲା ପଟ୍ଟା

0 52

ପାଟଣାଗଡ଼,୨୨/୫:- ମଧ୍ୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ୪୩ ବର୍ଷ ପରେ ଜମି ପଟ୍ଟା ପାଇଲା । ଯାହା ତତ୍କାଳୀନ ସଭାପତି ସ୍କୁଲ ନାମରେ ୧ ଏକର ଜମି କିଣି ଥିଲେ କିନ୍ତୁ ତାହା ପଟ୍ଟା ହୋଇନଥିଲା ଏବର୍ଷ ସ୍କୁଲ କମିଟି ଜମି ଦାଖଲ ଖାରଜ ପାଇଁ ୮୯୪/୨୨ ଓ ୮୯୫/୨୨ ଆବେଦନ କରିଥିଲେ ଏହାର ସରଜମିନ ତଦନ୍ତ ଓ ସ୍କୁଲର ସମସ୍ତ କାଗଜପତ୍ର ଦେଖିଲା ପରେ ଏହି ମ୍ୟୁଟେସନ କେଶକୁ ବେଲପଡା ତହସିଲଦାର ମଞ୍ଜୁର କରିବା ସହ ତାହାର ପଟ୍ଟା ମଧ୍ୟ ନିଜେ ସ୍କୁଲକୁ ଯାଇ ପ୍ରଦାନ କରିଛନ୍ତି । ଏଥିପାଇଁ ଗ୍ରାମବାସୀ ଓ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ତହସିଲଦାରଙ୍କ ଏହି ପ୍ରୟାସକୁ ସବୁ ମହଲରୁ ପ୍ରଶଂସା କରାଯାଉଛି । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ସୁବାଷ ଚନ୍ଦ୍ର ଆଚାର୍ଯ୍ୟ, ରାମଗୋପାଳ ନାଏକ, ମଧ୍ୟପୁର ସରପଞ୍ଚ ଅବନୀ ଖମାରୀ, ଧୁବଲ ହାତୀକୁଜିଆ, ଅେତୈଖମାରୀ, ଅଶୋକ ଖମାରୀ, ଜଗତରାମ ଭତାକୁଜିଆ, ପୂର୍ବତନ ସରପଞ୍ଚ ପ୍ରମିଳା ଭୋଇ, ଅନୀତା ରଣା, ଭଜମନ ହାତୀ କୁଜିଆ, ଡମ୍ବରୁଧର ନାୟକ, ସତ୍ୟନାରାୟଣ ବିଶ୍ୱାଳ, ସକାରୁ ନାୟକ ,ସୁଶିଲ ବିଶ୍ୱାଳ, ଅନୁର୍ଯ୍ୟ ହାତୀକୁଜିଆଙ୍କ ସମେତ ସ୍କୁଲ ସଭାପତି ଜନ୍ମେଜୟ ହାତୀକୁଜିଆ ଓ ଗ୍ରାମବାସୀ ଅଭିଭାବକମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twenty + nineteen =