ପାଟଣାଗଡ଼,୨୧/୯- ଆସନ୍ତାକାଲି ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗୀର ଜିଲ୍ଲା ଗସ୍ତ କରିବେ । ତେଣୁ ଆଜି ପ୍ରଶାସନ ପକ୍ଷରୁ ପାଟଣାଗଡ଼ ରମାଇ ହାଇସ୍କୁଲ୍ ପଡିଆରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପାଟଣାଗଡ଼ ରମାଇ ହାଇସ୍କୁଲ୍ ପଡ଼ିଆରେ ମୁଖ୍ୟମନ୍ତ୍ରୀ ବିଭିନ୍ନ୍ ଉନ୍ନୟନମୂଳକ କାମର ଶୁଭାରମ୍ଭ କରିବା ସହ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସ ବିଭାଗ ତରଫରୁ ଆଜି ବଲାଙ୍ଗିର ଏସ୍ ପିଙ୍କ ତତ୍ତ୍ୱାବଧାନରେ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସ ରମାଇ ହାଇସ୍କୁଲ ପଡ଼ିଆରେ ମୁତୟନ କରାଯାଇଛି ।
ମଧ୍ୟାହ୍ନ ୧୨ ସମୟରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଯାଜପୁର ବିଧାୟକ ପ୍ରବଣ ପ୍ରକାଶ ଦାସ(ବବି) ଧର୍ମଶାଳା ବିଧାୟକ ପ୍ରବଣ ବଳବନ୍ତରାୟ(ଜିତୁ) ସହ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ରମାଇ ହାଇସ୍କୁଲ୍ ପଡିଆ ପରିଦର୍ଶନ କରି ଉକ୍ତ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ । ପୋଲିସ ପ୍ରଶାସନ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।