ପାଟଣାଗଡ : ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

0 115

ପାଟଣାଗଡ : ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଋଣ ହୁଙ୍କାର ଦେଇଛି ବିଜେଡି । ବିଜୁ ମହିଳା ଦଳ ପକ୍ଷରୁ ସ୍ଥାନିୟ ବିଜୁ ଜନତା ଦଳ କାର୍ଯ୍ୟଳୟଠାରୁ ମହିଳା କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦିନକୁ ଦିନ ପେଟ୍ରୋଲ, ଡିଜେଲ, ଖାଇବା ତେଳରୁ ଆରମ୍ଭ କରି ଇନ୍ଧନ ଗ୍ୟାସ ଦର ବଢିବଢି ଚାଲିଛି । କେନ୍ଦ୍ର ସରକାର ଶାସନକୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନିର୍ବାଚନ ସମୟରେ “ଅଚ୍ଛେ ଦିନ ଆଏଙ୍ଗେ, ଦେଶ ବଦ୍‌ଲେଗା” କହି ଲୋକଙ୍କ ଭୋଟ ପାଇଥିଲେ । କେନ୍ଦ୍ରରେ ବିଜେପି ଶାସନ କରିବା ଦିନଠୁ ସବୁ ସାମଗ୍ରୀର ଦରଦାମ ବୃଦ୍ଧି ପାଉଛିଁ । ବିଶେଷ କରି ପେଟ୍ରୋଲ, ଡିଜେଲ ବୃଦ୍ଧି ପାଉଥିବା ଯୋଗୁ ଟ୍ରାନ୍ସପୋଟିଙ୍ଗ ଖର୍ଚ୍ଚ ମଧ୍ୟ ବଢୁଛି । ଯାହା ଫଳରେ ଖାଇବାଠୁ ଆରମ୍ଭ କରି ନିତିଦିନିଆ ବ୍ୟବହାର ସାମଗ୍ରୀର ଦର ବଢି ବଢି ଚାଲିଛି । କେନ୍ଦ୍ର ସରକାର ଦରଦାମ ବୃଦ୍ଧି ନିୟନ୍ତ୍ରଣ କରୁପାରୁନାହିଁ କହି ମୋଦି ସରକାର ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜୁ ମହିଳା ଦଳର କର୍ମୀ । ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ବିଜୁ ଜନତା ଦଳର ସହ କର୍ମ କର୍ତ୍ତା ଉପସ୍ଥିତିରେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟ ନନ୍ଦ ସେଠ୍‌ଙ୍କୁ ଏକ ଦାବି ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 − nine =