କନ୍ଧମାଳ ଜିଲ୍ଲାର ମଶାଲ ଓ ସାଂସ୍କୃତିକ ଶୋଭାଯାତ୍ରା

0 75

ଫୁଲବାଣୀ,୨୫/୧- କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପାଇଁ ଆଜି ସ୍ଥାନୀୟ ନାରାୟଣୀ ମନ୍ଦିରରୁ ଏକ ମଶାଲ ଓ ସାଂସ୍କୃତିକ ଶୋଭାଯାତ୍ରାକୁ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଳକରୁ ଆସିଥିବା ଲୋକକଳା ନୃତ୍ୟ ମାଧ୍ୟମରେ ପରିବେଷଣ କରି ଶୋଭାଯାତ୍ରା ବଜାର, ଗୋପବନ୍ଧୁ ଛକଦେଇ ଷ୍ଟାଡିୟମରେ ପହଞ୍ଚିଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ଫୁଲବାଣୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠିଙ୍କ ସମେତ ବହୁ କଳାକାର, କଳାପ୍ରେମୀ ଓ ସ୍ଥାନୀୟ ଜନସାଧାରଣ ଯୋଗ ଦେଇଥିଲେ । ଜିଲ୍ଲାର ଫୁଲବାଣୀ ସମେତ ସମସ୍ତ ବ୍ଲକ ଅଂଚଳରୁ ପାରମ୍ପରିକ ବେଶରେ ଲୋକନୃତ୍ୟଦଳ ଶୋଭାଯାତ୍ରାରେ ଯାଇଥିଲେ । ଆଜିଠାରୁ ୫ ଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

3 × 2 =