କରୋନା ପଜିଟିଭ୍‌ଥିବା ପରିବାରକୁ ଗାଁ ଲୋକ କଲେ ସାହାଯ୍ୟ

0 220

ଫୁଲବାଣୀ,୧୩/୫: କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବ୍ଲକ, ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତର ବାଉଡିନାଜୁରେ ଗୋଟିଏ ପରିବାରରେ ୫ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି । ଗତ ୬ ଦିନ ହେଲା ୩ ଜଣ ପୁରୁଷ ସମେତ ୨ ଜଣ ମହିଳାଙ୍କୁ ମେଡିକାଲ ଓ ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟରେ ପରିବାରରେ ଆଉ ଦୁଇଜଣ ପୁଅଙ୍କ ନେଗେଟିଭ ରିପୋର୍ଟ ଆସିଥିବା ଫଳରେ ବଡ଼ପୁଅ ପରିବାରର ସମସ୍ତଙ୍କୁ ରୋଷେଇବାସ କରି ଖାଇବା ଯୋଗାଇ ଦେଉଛି । କିନ୍ତୁ ଗୋଟିଏ ଦୁଃଖ ଯେ, ପରିବାରରେ ସମସ୍ତେ ଦିନ ମଜୁରିଆ । ପରିବାରର ୫ଜଣଙ୍କ ରିପୋର୍ଟ ପଜିଟିଭି ଆସିବା ପରେ ଘରେ ଚୁଲି ଜଳିବା ଅସୁବିଧା ଉପୁଜିଥିବା ଦେଖିବାକୁ ମିଳିଥିଲା । ସାଧାରଣ ବଣ୍ଟନରେ ଚାଉଳ ମିଳିନଥିବା ହେତୁ ଦୁଃଖରେ ଭାଙ୍ଗିପଡି଼ଥିବା ବଡ଼ ପୁଅ ସ୍ୱୀକାର କରିଛନ୍ତି ।

hiring

ଏହି ସମୟରେ ଗାଁର ବନାରସି ପ୍ରଧାନ, ଚନ୍ଦ୍ରିକା ପ୍ରଧାନ, ଲତାଞ୍ଜଳି ପ୍ରଧାନ, କାଞ୍ଚନା ପ୍ରଧାନ, ଅନୁସୟା ପ୍ରଧାନ, ବବିତା ପ୍ରଧାନ ଓ ଦେବଶ୍ରୀ ପ୍ରଧାନଙ୍କ ନେତୃତ୍ୱରେ ଗାଁର ସମସ୍ତେ ଚାଉଳ, ଡାଲି, ପନିପରିବା, ତେଲ, ମସଲା ଇତ୍ୟାଦି ସଂଗ୍ରହ କରି ସାହାଯ୍ୟ କରିବା ସହିତ ଆର୍ଥିକ ସହାୟତା ମଧ୍ୟ କରିଥିବା ଦେଖିବାକୁ ମିଳିଛି । ଏମିତି ଦୁଃଖ ଆଉ କାହା ଘରକୁ ମଧ୍ୟ ନଆସୁ ତେଣୁ ବର୍ତ୍ତମାନ ଠାରୁ ଆମଭିତରେ ମାନବିକତା ସୃଷ୍ଟି ହେବା ଦରକାର ଓ ଏହାଏକ ବଡ଼ ଉଦାହରଣ ସମସ୍ତଙ୍କ ପାଇଁ କାରଣ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ପରେ ଆଉରି ଭୟଙ୍କର ରୂପ ନେଉଥିବାରୁ ସମସ୍ତେ ସତର୍କ ରହିବା ସହିତ ସରକାରଙ୍କ ସମସ୍ତ ନିୟମ ପାଳନ କରିବା ହିଁ ଏହି ଭୂତାଣକୁ ହରାଇବାର ଏକ ବଡ଼ ଅସ୍ତ୍ର ହେବ ବୋଲି ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ କହିଛନ୍ତି ।

hiranchal ad1
Leave A Reply

Your email address will not be published.

ten + 4 =