ବିଜେଡି ପକ୍ଷରୁ କନ୍ଧମାଳ ଜିଲ୍ଲାର ୧୮ଟି ଜିଲ୍ଲା ପରିଷଦ ଜୋନ ପାଇଁ ପାର୍ଥୀପତ୍ର ଦାଖଲ

0 147

ଫୁଲବାଣୀ,୨୨/୧- କନ୍ଧମାଳ ଜିଲ୍ଲାର ୧୮ଟି ଜୋନ ପାଇଁ ନାମାଙ୍କନ ଦାଖଲର ଅନ୍ତିମଦିନରେ ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ୱରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ଏବଂ ଜିଲ୍ଲାର ସହ ପ୍ରଭାରୀ କିଶୋର ମେହେରଙ୍କ ଉପସ୍ଥିତିରେ ଫୁଲବାଣୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ କନ୍ଧମାଳ ଜିଲ୍ଲାରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କର ନାମାଙ୍କନ ପତ୍ର ଦାଖଲ କରାଯାଇଛି । ସେମାନଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଳକ ଜୋନ ନମ୍ବର ୧ ପାଇଁ ଅନିତା ମଲ୍ଲିକ ଓ ଜୋନ ନମ୍ବର ୨ ପାଇଁ ସୁଶାନ୍ତ କହଁର, ଖଜୁରୀପଡା ବ୍ଳକ ଜୋନ ନମ୍ବର ୩ ପାଇଁ ମମତା ମଲ୍ଲିକ ଓ ଜୋନ ନମ୍ବର ୪ ପାଇଁ ଶୁଭଶ୍ରୀ ନାୟକ,ଘୁ.ଉଦୟଗିରି ବ୍ଳକ ଜୋନ ନମ୍ବର ୫ ପାଇଁ ଲିଲିମା ପ୍ରଧାନ,ଚକାପାଦ ବ୍ଳକ ଜୋନ ନମ୍ବର ୬ ପାଇଁ ମମତାରାଣି ବେହେରା, ଟିକାବାଲି ବ୍ଳକ ଜୋନ ନମ୍ବର ୭ ପାଇଁ ସାଧବାଣି ନାୟକ ଓ ୮ ପାଇଁ ନମିତା କହଁର, ତୁମୁଡିବନ୍ଧ ବ୍ଳକ ଜୋନ ନମ୍ବର ୯ ପାଇଁ ନବୀନ ପାତ୍ର,ଦାରିଙ୍ଗବାଡି ବ୍ଳକ ଜୋନ ନମ୍ବର ୧୦ ପାଇଁ ରଞ୍ଜନ କୁମାର ପ୍ରଧାନ ଓ ୧୧ ପାଇଁ ରମାକାନ୍ତ ମାଝୀ,ଫିରିଙ୍ଗିଆ ବ୍ଳକ ଜୋନ ନମ୍ବର ୧୨ ପାଇଁ ନିଳଗିରି ଦିଗାଲ ଓ ୧୩ ପାଇଁ ଜୟଶ୍ରୀ କହଁର,ଫୁଲବାଣୀ ବ୍ଳକ ଜୋନ ନମ୍ବର ୧୪ ପାଇଁ ଚନ୍ଦ୍ରମା ମଲ୍ଲିକ,ବାଲିଗୁଡା ବ୍ଳକ ଜୋନ ନମ୍ବର ୧୫ ପାଇଁ ନଳିନୀ ମଲ୍ଲିକ ଓ ୧୬ ପାଇଁ ଆଶିଷ ଦିଗାଲ, ରାଇକିଆ ବ୍ଳକ ଜୋନ ନମ୍ବର ୧୭ ପାଇଁ ସୁନନ୍ଦା ବେହେରା ଓ ଜୋନ ନମ୍ବର ୧୮ ପାଇଁ ମମତାରାଣୀ ପ୍ରଧାନ ପ୍ରମୁଖ ଆଜି ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କୋଭିଡ କଟକଣା ଭିତରେ ସାମାଜିକ ଦୂରତା ରକ୍ଷାକରି ଫୁଲବାଣୀ ଜିଲ୍ଲା ପରିଷଦ ଜୋନ ଏବଂ ଫିରିଙ୍ଗିଆ ଓ ଖଜୁରିପଡା ଜୋନ ପାଇଁ ଫୁଲବାଣୀରେ ଏବଂ ଅନ୍ୟମାନେ ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

hiranchal ad1
Leave A Reply

Your email address will not be published.

nine − 4 =