ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

0 143

ଫୁଲବାଣୀ,୩୦/୮- କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଳକର ବଲସକୁମ୍ପା ଓ ଦୁତିପଡ଼ା ପଞ୍ଚାୟତ କଳା ସଂସ୍କୃତିସଂଘର ସଦସ୍ୟମାନେ ସ୍ଥାନୀୟ ସୋରାଦେଇ ଠାକୁରାଣୀ ରାସ୍ତାରୁ ୧୦୦ରୁ ଉର୍ଦ୍ଧ୍ୱ କଳାକାରମାନେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ରାଲି ମାଧ୍ୟମରେ ବାହାରି ବିଡ଼ିଓ କାର୍ଯ୍ୟାଳୟରେ ପହଞ୍ଚି ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ରବୀନ୍ଦ୍ର କୁମାର କଁହରଙ୍କୁ ପ୍ରଦାନ କରିଛନ୍ତି । ସ୍ମାରକପତ୍ରରେ ଯାହା ଉଲ୍ଲେଖ ରହିଛି ଯେ କନ୍ଧମାଳ ଜିଲ୍ଲା ସଂସ୍କୃତି ଅଧିକାରୀ ଜିଲ୍ଲାରେ ଦାୟିତ୍ୱ ନେବା ଦିନଠାରୁ ମନମୁଖୀ କାର୍ଯ୍ୟକଳାପ କରୁଛନ୍ତି । ଅଫିସରେ ମଦ ନିଶାରେ ରହି ନିଶାଶକ୍ତ ଅବସ୍ଥାରେ କଳାକାରମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ସରକାରୀ କାର୍ଯ୍ୟକ୍ରମରେ ସରକାର ତରଫରୁ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟକୁ ଆସୁଥିବା ଚିଠି ବିଷୟରେ ଜଣାଉନାହାନ୍ତି ଏବଂ ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲା ସଂସ୍କୃତି ସଂଘ ଓ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ମାନଙ୍କୁ ଆଦୌ ସହଯୋଗ କରୁନାହାନ୍ତି ।

hiring

ମନମାନି କରି ଲାଭଖୋର ଆଶାରେ ଜିଲ୍ଲା ସଂସ୍କୃତି ସଂଘ ଓ ବ୍ଲକ କଳା ସଂସ୍କୃତି ସଂଘରେ ସାମିଲ ନଥିବା ଏନଜିଓ ଏବଂ ସରକାରୀ ଚାକିରିଆଙ୍କୁ ପ୍ରୋଗ୍ରାମ ଦେଉଛନ୍ତି । ଫଳରେ ବର୍ଷ ବର୍ଷ ଧରି ସରକାରଙ୍କ ସୁଦୂର ପ୍ରସାର ଯୋଜନାର ପ୍ରଚାର ପ୍ରସାର ଏବଂ ଗ୍ରାମାଞ୍ଚଳରେ ଲୋକକଳା ଲୋକ ସଂସ୍କୃତିକୁ ଉଦଜୀବିତ କରି ବିଲୁପ୍ତ ପ୍ରାୟ କଳାକୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରଖିଥିବା କଳାକାର ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀଙ୍କ କାର୍ଯ୍ୟ କଲାପରେ ଅତିଷ୍ଠ ହେଲୁଣି । ତତ ସହିତ ଜିଲ୍ଲା ସଂସ୍କୃତି ଅଧିକାରୀ ମହାଶୟ ଭାଗବତ ଟୁଙ୍ଗୀର ପୁନଃ ଉଦ୍ଧାର ପାଇଁ କୌଣସି କାମ କରୁନାହାନ୍ତି ଫଳରେ ରାଜ୍ୟ ସରକାରଙ୍କ ସୁବିଧା ସୁଯୋଗ ପାଇବାରେ ଆମ୍ଭେମାନେ ବଞ୍ଚିତ ହେଉଅଛୁ ବୋଲି ସଂଘ ପକ୍ଷରୁ ଦାବୀ ହୋଇଛି । ଏଥି ସହିତ ଏହି ପତ୍ର ଜରିଆରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ତୁରନ୍ତ ଜିଲ୍ଲାରୁ ବଦଳି କରିବା ପାଇଁ ମଧ୍ୟ କଳାକାର ସଙ୍ଘ ପକ୍ଷରୁ ଦାବି ହୋଇଛି ।

hiranchal ad1
Leave A Reply

Your email address will not be published.

1 + 6 =