ଛତିଶଗଡ଼ ଅଞ୍ଚଳର ଜଣେ ମାଓବାଦୀ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ

0 254

ଫୁଲବାଣୀ,୧୦/୧୦ – ଛତିଶଗଡ଼ ଅଞ୍ଚଳର ଜଣେ ମାଓବାଦୀ କନ୍ଧମାଳ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛି । ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ନାମ ରାହୁଲ ମୂଷାକୀ, ତାଙ୍କ ଘର ସୁକୁମା ଜିଲ୍ଲାର ତଲତ ଗ୍ରାମରେ । ସେ ୨୦୧୫ ମସିହାରେ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ ଏବଂ ଜଣେ ପାର୍ଟୀ ମେମ୍ବର ଭାବେ ବଂଶଧାରା ଘୁମୁସର ନାଗାବଳି ଡିଭିଜନରେ କାମ କରୁଥିଲେ । ସେ ବହୁ ମାଓ ସଂଗଠନରେ କାମ କରୁଥିବା ସମୟରେ ବହୁ ମାଓ ହିଂସାକାଣ୍ଡରେ ସାମିଲ ଥିଲେ ଏବଂ ଶିବାଜୀ ନାମକ ବହୁ ନେତାଙ୍କ ସହିତ କାମ କରୁଥିଲେ । ତେବେ ମାଓବାଦୀମାନେ ଯାହା କୁହନ୍ତି ତାହା ନକରିବା ସହିତ ସେମାନଙ୍କୁ ନିର୍ଯ୍ୟାତନା ଦେବା ସହିତ ଦମନ କରୁଥିଲେ ।

hiring

ତେବେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ବିରୋଧ କରିବା ସହିତ ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ପଲିସିରେ ପ୍ରଭାବିତ ହୋଇ ସେ କନ୍ଧମାଳ ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା କହିଛି । ସେହିଭଳି ମାଓବାଦୀମାନେ ହିଂସାର ରାସ୍ତା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୋଇ ବିକାଶରେ ସାମିଲ ହୁଅନ୍ତୁ ବୋଲି କନ୍ଧମାଳ ଏସପି ବିନୀତ ଅଗ୍ରୱାଲ କହିଛନ୍ତି ।

hiranchal ad1
Leave A Reply

Your email address will not be published.

five × 4 =