ଇଚ୍ଛା ଥିଲା ହେବାକୁ ଆଇଏଏସ ଅଫିସର କିନ୍ତୁ ପାଇଲେ ଓଏଏସ

0 170

ଫୁଲବାଣୀ,୧୦/୧୦:- କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ମଲ୍ଲିକପଡା ଗ୍ରାମର ଅନିଲ କୁମାର ପରିଡା ଓ ମାତା ଶୈଳବାଳା ପରିଡାଙ୍କ ସୁପୁତ୍ର ଦିବ୍ୟ ଜ୍ୟୋତି ପରିଡା ସମ୍ପ୍ରତି ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୦ର ୧୮୫ ନମ୍ବର ରେଙ୍କରେ ଉତ୍ତୀର୍ଣ୍ଣ ହୋଇ ଗ୍ରାମାଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି । ସୂଚନା ଅନୁସାରେ ଦିବ୍ୟ ଛୋଟ ଥିବାବେଳେ ତାଙ୍କ ବାପା ତାଙ୍କୁ ଓ ତାଙ୍କ ମାଙ୍କୁ ଛାଡି ଚାଲିଯିବା ପରେ ମା ଶୈଳବାଳା ବହୁ ଦୁଃଖ କଷ୍ଟରେ ଏକୁଟିଆ ପୁଅକୁ ମଣିଷ କରିବା ପାଇଁ ସର୍ବଦା ଚେଷ୍ଟା କରୁଥିଲେ । କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ । ସେହି କିମ୍ବଦନ୍ତୀକୁ ଦୃଷ୍ଟିରେ ରଖି ପୁଅ ଦିବ୍ୟକୁ ପରିଶ୍ରମ କରି ଭଲ ନମ୍ବର ରଖି କୃତିତ୍ୱ ଅର୍ଜନ କରିବା ପାଇଁ ସର୍ବଦା ପ୍ରେରଣା ଦେଉଥିଲେ । ଯାହା ଆଜି ତାଙ୍କର ସ୍ୱପ୍ନକୁ ସାକାର କରିଛି ତାଙ୍କର ପୁଅ ଦିବ୍ୟ । ଶ୍ରୀମାନ ଦିବ୍ୟ ପ୍ରଥମେ ନିଜ ଗାଁ ବିଦ୍ୟାଳୟରେ ପ୍ରାଥମିକ ସ୍ତରରୁ ଉଚ୍ଚ଼ ପ୍ରାଥମିକ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ ପରେ ଅଷ୍ଟମରୁ ଦଶମ ପୋଲିସ ଉଚ୍ଚ ବିଦ୍ୟାଳୟ ଫୁଲବାଣୀରେ ଶିକ୍ଷା ସମାପନ କରିଥିଲେ । ନିଜର ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ବିଜ୍ଞାନରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଶେଷ କରିବା ପରେ ଫୁଲବାଣୀ ମହାବିଦ୍ୟାଳୟରେ ଫିଜିକ୍ସରେ ସ୍ନାତକୋତ୍ତର ପରୀକ୍ଷାରେ କୃତିତ୍ୱ ହାସଲ କରିଥିଲେ । ଏହା ପରେ ସେଞ୍ଚୁରିଆନ ୟୁନିଭରସିଟି ଭୁବନେଶ୍ୱରରେ ଏମଫିଲ୍‌ ପାଇଥିବା ଜଣାଯାଏ । ଅର୍ଥାଭାବ ଯୋଗୁଁ ପିଏଚ୍‌ଡି ପଢ଼ା ଅଧାରୁ ଛାଡି ସିଭିଲ ସର୍ଭିସ ପରୀକ୍ଷାପାଇଁ ପ୍ରସ୍ତୁତ ହେବାକୁ ମନ ଦେଲେ । ୨୦୧୯ରେ ଦିଲ୍ଲୀରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ କୋଚିଂ ନେବାକୁ ନିଷ୍ପତ୍ତି ନେଲେ କିନ୍ତୁ କରୋନା ମହାମାରୀ ଯୋଗୁଁ ଉକ୍ତ ଅନୁଷ୍ଠାନ ବନ୍ଦ ହୋଇଯିବାରୁ ସେ ଓଡ଼ିଶା ଫେରି ଆସିଥିଲେ । ହେଲେ ବି ସେ ହାର ମାନିନଥିଲେ ଅକ୍ଲାନ୍ତ ପରିଶ୍ରମ ଆଗରେ ବେଳେବେଳେ ଭାଗ୍ୟକୁ ମଧ୍ୟ ହାର ମାନିବାକୁ ପଡିଥାଏ । ପରେ ସେ ପ୍ରଥମଥର ଓଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିଲେ । ଦ୍ୱିତୀୟଥର ଦେଇଥିବା ଓଏସ ପରୀକ୍ଷାରେ ସେ ଏହି କୃତିତ୍ୱ ହାସଲ କରିଛନ୍ତି । ଏହି ସଫଳତାର ଶ୍ରେୟ ପ୍ରଥମେ ତାଙ୍କ ମାଙ୍କୁ ଦେବାପରେ ନିଜର ଶୁଭାକାଂକ୍ଷୀ ପରିବାର ସହ ନିଜର ସମସ୍ତ ସ୍କୁଲ କଲେଜ ଟିଚର ବିଶେଷ ଭାବେ କେତେକ ଆଇଏଏସ ଅଫିସରଙ୍କ ପ୍ରେରଣାରେ ତାଙ୍କୁ ଆଗକୁ ବଢିବା ପାଇଁ ମାର୍ଗ ପ୍ରସ୍ତୁତ କରିଥିଲା । ଓଏଏସ ପାଇବା ପରେ ସାଙ୍ଗସାଥିମାନେ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 8 =