ନଦୀରେ ବୁଡି ଜଣେ +୨ ନବୋଦୟ ଛାତ୍ରଙ୍କ ମୃତ୍ୟୁ

0 444

ଫୁଲବାଣୀ,୨୬/୨:- କନ୍ଧମାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ଜବାହାର ନବୋଦୟ ବିଦ୍ୟାଳୟର ଜଣେ +୨ ଛାତ୍ରର ନଦୀରେ ବୁଡି ମୃତ୍ୟୁ ହୋଇଛି । ମୃତଛାତ୍ରଙ୍କ ନାମ ଯୁଗଳ କହଁର । ସୂଚନାଯୋଗ୍ୟ ଯେ, ଖଜୁରୀପଡ଼ା ବ୍ଲକର ଚକାପଥର ଗ୍ରାମର କାମେଶ୍ୱର କହଁର ପୁଅ ଯୁଗଳ କିଶୋର କହଁର ଫୁଲବାଣୀ ନବୋଦୟ ବିଦ୍ୟାଳୟରେ ପଢୁଥିଲେ । ଆଜି କିଛି ଛାତ୍ର ସ୍କୁଲ୍‌ ପାଚେରୀ ଡେଇଁ ନଦୀକୁ ଗାଧୋଇବାକୁ ଯାଇଥିଲେ କିନ୍ତୁ ଯୁଗଳ ଗାଧୋଉଥିବାବେଳେ ଗୋଡ଼ ଖସି ପାଣିରେ ବୁଡ଼ି ଯାଇଥିଲେ । ମୃତ ଛାତ୍ର ଯୁଗଳଙ୍କୁ ବୁଡ଼ିବାର ଦେଖି ସାଙ୍ଗମାନେ ଉଦ୍ଧାର କରିବାସହ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ଛାତ୍ରଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ମୃତ ନାବାଳକ ଛାତ୍ରଙ୍କ ମା ଶୈଳବାଳା ଦେହୁରୀ ପୁଅକୁ ମାରିଦେବା ଅଭିଯୋଗ ଆଣିଛନ୍ତି । ମୃତ ଯୁଗଳଙ୍କ ମା ଶୈଳଙ୍କ କହିବା କଥା ଦୁଇଦିନ ହେଲା ମୋ ପୁଅକୁ ମୁଁ ସ୍କୁଲରେ ଛାଡି ଆସିଥିଲି । ମୋ ପୁଅ ନଦୀକୁ ଯିବା ମିଛ ବୋଲି କହିଛନ୍ତି । ଏନେଇ ପରିବାର ଲୋକେ ସଦର ଥାନାରେ ଏକ ଲିଖୁତ ଅଭିଯୋଗ କରିଛନ୍ତି । ସଦର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ନବୋଦୟ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ନବୋଦୟ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ହୁଗୁଳା ଶାସନ ଯୋଗୁଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି ।

hiranchal ad1
Leave A Reply

Your email address will not be published.

1 × one =