ଲାଞ୍ଚ ନେବା ଅଭିଯୋଗରେ ରାଜସ୍ୱ ନିରୀକ୍ଷକଙ୍କୁ ୩ ବର୍ଷ କାରାଦଣ୍ଡ, ୧୦ ହଜାର ଟଙ୍କା ଜୋରିମାନା

0 700

ଫୁଲବାଣୀ,୯/୧୧ : ଲାଞ୍ଚ ନେବା ଅଭିଯୋଗରେ ବୌଦ୍ଧଜିଲ୍ଲା ବଘିଆପଡାର ତତ୍କାଳୀନ ରାଜସ୍ୱ ନିରୀକ୍ଷକ ଗଜେନ୍ଦ୍ର ଦିଗାଲଙ୍କୁ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ୩ ବର୍ଷ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ଏଥିସହ ଅଭିଯୁକ୍ତଙ୍କୁ ୧୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା ଅନାଦେୟ ଆଉ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଭିଜିଲାନ୍ସ ଜଜ୍‌ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ୨୦୧୭ରେ ଗଜେନ୍ଦ୍ର ଦିଗାଲ ବଘିଆପଡାରେ ରାଜସ୍ୱ ନିରୀକ୍ଷକ ଥିବାବେଳେ ସୁଦର୍ଶନ ମଲ୍ଲିିକ ନାମକ ଜଣେ ବ୍ୟକ୍ତିଙ୍କ ଜମିର ପଟ୍ଟା କରାଇଦେବା ପାଇଁ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ସୁଦର୍ଶନ ଏତେ ଟଙ୍କା ଦେଇ ପାରିବେ ନାହିଁ କହିବାରୁ ୭ ହଜାର ଟଙ୍କାରେ କଥା ଛିଡିଥିଲା । ସୁଦର୍ଶନ ଏ ନେଇ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ।୨୦୧୭ ମସିହା ନଭେମ୍ବର ୨୯ ତାରିଖରେ ଗଜେନ୍ଦ୍ର ତାଙ୍କ କାର୍ଯ୍ୟାଳୟରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିଲା । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ ନମ୍ବର ୫୪/୧୭ କ୍ରମେ ଏକ ମାମଲା ରୁଜ୍ଜୁ କରାଯାଇଥିଲା । ଆଜି ୯ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଭି ଭି ରାମଦାସ ପରିଚାଳନା କରୁଥିଲେ ।

hiranchal ad1
Leave A Reply

Your email address will not be published.

6 + 19 =