ସାମ୍ବାଦିକଙ୍କ ମାତୃ ବିୟୋଗ

0 174

ଫୁଲବାଣୀ,୩୦/୫ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଅତି ପରିଚିତ ସାମ୍ବାଦିକ ବୈଦ୍ୟ ନାୟକଙ୍କ ମା’ ମହାରଗି ନାୟକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ । ସେ ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା ଥିଲେ । ସୁବିଧା ଅସୁବିଧାରେ ପାରୁ ପର୍ଯ୍ୟନ୍ତ ସାହାଯ୍ୟ ସହଯୋଗ କରିବାକୁ ପଛଘୁଞ୍ଚା ଦେଉନଥିଲେ । ନିଜେ ଅଭାବ ଅସୁବିଧାରେ ପଡି ଅନ୍ୟକୁ ସହଯୋଗ କରିବା ସତେ ଯେମିତି ନିଜର ବ୍ରତ ମଣୁ ଥିଲେ । ତାଙ୍କ ମୃତ୍ୟୁରେ କିରିଙ୍ଗିପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ସ୍ୱାମୀ ଶୁକଦେବ ନାୟକ, ପୁଅ ବୈଦ୍ୟ ନାୟକ, ବୋହୂ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ପ୍ରେସକ୍ଲବର ସଦସ୍ୟମାନେ ପହଞ୍ଚି ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

4 × 4 =