କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ୧୮ଟି ଜୋନ ପାଇଁ ପ୍ରାର୍ଥୀପତ୍ର ଦାଖଲ

0 122

ଫୁଲବାଣୀ,୨୨/୧- କନ୍ଧମାଳ ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନରେ ସମସ୍ତ ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କନ୍ଧମାଳ ଜିଲ୍ଲା ଭାଜପା ପକ୍ଷରୁ ଜିଲ୍ଲାର ସମସ୍ତ ୧୮ଟି ଜିଲ୍ଲାପରିଷଦ ଜୋନ ପାଇଁ ଦାଖଲ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ଏବଂ ଦଳର ଅନ୍ୟ ନେତୃବୃନ୍ଦ ମାନଙ୍କର ଉପସ୍ଥିତିରେ ଜିଲ୍ଲାର ଏକ ନମ୍ବର ଜୋନ କ.ନୂଆଗାଁ ପାଇଁ ମୀରା ନାୟକ, ୨ନମ୍ବର ଜୋନ କୋଟଗଡ ସୁବାସ ମଲ୍ଲିକ, ୩ ନମ୍ବର ଜୋନ ଖଜୁରିପଡା ପାଇଁ ନାବାତି ଜାନୀ ଓ ୪ ନମ୍ବର ପାଇଁ ଉର୍ବଶୀ ଦିଗାଲ, ଘୁ.ଉଦୟଗିରି ୫ ନମ୍ବର ଜୋନ ପାଇଁ ସତ୍ୟଭାମା ପ୍ରଧାନ, ଚକାପାଦ ୬ ନମ୍ବର ଜୋନ ପାଇଁ ରଂଚନା ନାୟକ,ଟିକାବାଲି ୭ ନମ୍ବର ଜୋନ ପାଇଁ ଅଞ୍ଜଳି ଦଳବେହେରା ୮ ନମ୍ବର ଜୋନ ପାଇଁ ନମିତା କହଁର,ତୁମୁଡିବନ୍ଧ ୯ ନମ୍ବର ଜୋନ ପାଇଁ ନାରାୟଣ ପାତ୍ର, ଦାରିଙ୍ଗବାଡି ୧୦ ନମ୍ବର ଜୋନ ପାଇଁ ଫିଲିବେହେରା ପାତ୍ର ଓ ୧୧ ନମ୍ବର ଜୋନ ପାଇଁ ଅର୍ଚ୍ଚନା ପ୍ରଧାନ,ଫିରିଙ୍ଗିଆ ୧୨ ନମ୍ବର ଜୋନ ପାଇଁ ସଞ୍ଜୟ କୁମାର ଦିଗାଲ ୧୩ ନମ୍ବର ଜୋନ ପାଇଁ ପୁଷ୍ପାଞ୍ଜଳି ଦିଗାଲ, ଫୁଲବାଣୀ ୧୪ ନମ୍ବର ଜୋନ ପାଇଁ ମଞ୍ଜୁଲତା କହଁର, ବାଲିଗୁଡା ୧୫ ନମ୍ବର ଜୋନ ପାଇଁ ଆନନ୍ଦ ମଲ୍ଲିକ ଓ ୧୬ ନମ୍ବର ଜୋନ ପାଇଁ ନେତ୍ର ମାନସେଠ୍‌, ରାଇକିଆ ୧୭ ନମ୍ବର ଜୋନ ପାଇଁ ସନ୍ତୋଷ କୁମାର ଲେଙ୍କା ଏବଂ ୧୮ ନମ୍ବର ଜୋନ ପାଇଁ ଝୁଲିମା ଦଳବେହେରା ପ୍ରମୁଖ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଫୁଲବାଣୀ, ଫିରିଙ୍ଗିଆ ଏବଂ ଖଜୁରିପଡା ଜିଲ୍ଲା ପରିଷଦ ଜୋନର ସମସ୍ତ ପ୍ରାର୍ଥୀମାନେ ଫୁଲବାଣୀ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବାଲିଗୁଡା ଉପଖଣ୍ଡର ସମସ୍ତ ଜିଲ୍ଲାପରିଷଦ ଜୋନର ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥୀପତ୍ର ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଦାଖଲ କରିଥିଲେ ।

hiranchal ad1
Leave A Reply

Your email address will not be published.

7 − two =