ଫୁଲବାଣୀ,୨୭/୯- କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ଆର୍ଥିକ ନୀତି ଓ କୃଷକ ଆଇନକୁ ବିରୋଧ କରି ସଂଯୁକ୍ତ କିଷାନ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରାରେ କନ୍ଧମାଳ ଜିଲ୍ଲା ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନ ଓ ଜିଲ୍ଲା ଯୁବ କଂଗ୍ରେସ ଏବଂ ଜିଲ୍ଲାରେ ବିଭିନ୍ନ ଶ୍ରମିକ ସଂଗଠନ ଏହି ବନ୍ଦରେ ସାମିଲ ହୋଇଛନ୍ତି । ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀଙ୍କ ନେତୃତ୍ୱରେ ଫୁଲବାଣୀର ମାଦିକୁନ୍ଦା ଛକଠାରେ ରାସ୍ତାରୋକ କରି ପ୍ରତିବାଦ କରିଛନ୍ତି । କନ୍ଧମାଳ ଜିଲାରେ ୧୨ ଟି ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ବନ୍ଦ୍ର ପ୍ରଭାବ ସକାଳୁ ସକାଳୁ ଫୁଲବାଣୀ ସହରରେ ଦେଖିବାକୁ ମିଳିଥିଲା । ଫୁଲବାଣୀ ସହରରେ ଦୋକାନ ବଜାର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି ଏବଂ ବିଭିିନ୍ନ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଛି । ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ବନ୍ଦ୍ର ପ୍ରଭାବ କନ୍ଧମାଳରେ ସଫଳ ହୋଇଛି । ଅନ୍ୟ ମାନଙ୍କ ମଧ୍ୟରେ ଏଆଇସିସି ସଭ୍ୟ ତଥା ଶ୍ରମିକ ନେତା ଘନ କୁମାର ଶବର , ବଳଦେବ ବେହେରା, ଗୌର ବେହେରା, ହୃଷି ବେହେରା, ଛାତ୍ର ସଭାପତି ଅନୁପମ କଁହରଙ୍କ ସମେତ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ ।