ପିଏମଏୱାଇ ଘର ଚୋରୀ ଅଭିଯୋଗ, ୮ ମାସ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ !

0 1,076

ବୌଦ୍ଧ : ବଉଦ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତ ଗୋବିନ୍ଦପୁର୍ ଗ୍ରାମର ଦୁର୍ଯ୍ୟୋଧନ ନାଏକଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସିଥିବା ଘର ଚୋରୀ ହୋଇଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ଦୁର୍ଯ୍ୟୋଧନ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ପଂଜିକରଣ ନମ୍ବର୍ ୫୫ ତା ୨୦. ୧. ୨୦୨୦ ରେ ଅଭିଯୋଗ କରିଥିଲେ । ତାହାକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବୌଦ୍ଧ ବିଡିଓ ପାଖକୁ ଜିଲ୍ଲାପାଳ ପ୍ରେରଣ କରିଥିଲେ ମଧ୍ୟ ୮ ମାସ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ୨୦୧୭ ମସିହାରେ ଦୁର୍ଯ୍ୟୋଧନଙ୍କ ନାମରେ ପିଏମଏୱାଇ ଘର ମଂଜୁର ହୋଇ ସମସ୍ତ ଟଙ୍କା ଉଠାଣ ସରିଛି କିନ୍ତୁ ଏ ସମ୍ପର୍କରେ ସେ କୌଣସି ସୂଚନା ପାଇନାହାନ୍ତି । ଏସଇସିସି ତାଲିକାରେ ତାଙ୍କ ନାମ ଥିବାରୁ ସେ ୱାର୍ଡ ମେମ୍ବରଙ୍କୁ ସବୁ କାଗଜପତ୍ର ଦେଇଥିଲେ କିନ୍ତୁ ତାଙ୍କର ପ୍ରଥମ କିସ୍ତି ଟଙ୍କା ଆଜି ଆସିବ କାଲି ଆସିବ କହି ୱାର୍ଡ ମେମ୍ବର କହି ଚାଲିଥିଲେ । ଶେଷରେ ଦୁର୍ଯ୍ୟୋଧନ ସହଜ ଜନ ସେବା କେନ୍ଦ୍ରରୁ ସୂଚନା କାଢି ଜାଣିବାକୁ ପାଇଲେ ଯେ ତାଙ୍କ ନାମରେ ଆସିଥିବା ଘର ସମ୍ପୁର୍ଣ ହୋଇ ସାରି ବିଲ୍ ଉଠା ସରିଛି ।
ଗରୀବ ପରିବାରର ଘରକୁ ଚଞ୍ଚକତା କରି ଅନ୍ୟ ଲୋକମାନେ ହାତେଇ ନେଇଥିବା ବେଳେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ୮ ମାସ ପରେ ମଧ୍ୟ ନ୍ୟାୟ ନ ପାଇବା ବିଡମ୍ବନାର୍ ବିଷୟ ବୋଲି ଜନସାଧାରଣରେ ମତ ପ୍ରକାଶ ପାଉଛି । ଦୁର୍ଯ୍ୟୋଧନ ନାଏକଙ୍କ ଘର ତାଙ୍କୁ ପ୍ରଦାନ କରି ହଡପକାରୀ ବ୍ୟକ୍ତି ଓ ଅସାଧୁ କର୍ମଚାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

one + 1 =