ଡିଜିପି ଅଭୟଙ୍କୁ ଅବସର ପାଇଁ ରାଜ୍ୟ ସରକାର ଦେଲେ ଅନୁମତି, ନୂଆବର୍ଷରେ ନୂଆ ଡିଜିପି ହେବେ ନିଯୁକ୍ତ

0 235

ଭୁବନେଶ୍ୱର: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କୁ ଅବସର ନେବା ପାଇଁ ରାଜ୍ୟ ସରକାର ଆଜି ଅନୁମତି ଦେଇଛନ୍ତି । ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିଜିପି ଅଭୟ ଆସନ୍ତା ଡିସେମ୍ବର ୩୧ରେ ଅବସର ନେବା ପରେ ନୂଆ ଡିଜିପି ରାଜ୍ୟ ସରକାର ନିଯୁକ୍ତି ଦେବେ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠତା ଭିତ୍ତିରେ ୧୪ଜଣ ଆଇପିଏସ୍‌ଙ୍କ ନାମ କେନ୍ଦ୍ର ସରକାରଙ୍କ ନିକଟକୁ ୧୪ଜଣିଆ ତାଲିକା ପଠାଇଛନ୍ତି । ଏହି ତାଲିକାରେ କେନ୍ଦ୍ରୀୟ ଡେପୁଟେସନରେ ଥିବା ବରିଷ୍ଠ ଆଇପିଏସ୍‌ ପ୍ରଦୀପ କପୁର ତାଲିକାରେ ଶୀର୍ଷରେ ରହିଛନ୍ତି । ଏହା ବ୍ୟତୀତ ସୁନୀଲ ବଂଶଲ ଓ ସନ୍ତୋଷ ଉପାଧ୍ୟୟଙ୍କ ନାମ ମଧ୍ୟ ତାଲିକାର ଉପରେ ରହିଛି । ଏହି ତିନିଜଣଙ୍କ ମଧ୍ୟରୁ ଜଣେ ଯିଏ ହେଲେ ରାଜ୍ୟରନୂଆ ଡିଜି ଭାବେ ନିଯୁକ୍ତି ପାଇବେ । ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତାଲିକାରୁ ବରିଷ୍ଠତା ଓ କାର୍ଯ୍ୟ ଦକ୍ଷତା ଭିତ୍ତିରେ ଯେଉଁ ତିନିଜଣଙ୍କ ନାମ ଚୂଡାନ୍ତ କରିବେ ସେଥି ମଧ୍ୟରୁ ରାଜ୍ୟ ସରକାର ଜଣଙ୍କୁ ଡିଜି ଭାବେ ବାଛିବାର ନିୟମ ରହିଛି । ଏହି ଦୃଷ୍ଟିକୋଣରୁ ନୂଆବର୍ଷରେ ନୂଆ ଡିଜିପି ଭାବେ ଜଣେ ନିଯୁକ୍ତି ପାଇବେ । ଚର୍ଚ୍ଚା ଅନୁଯାୟୀ ପ୍ରଦୀପ କପୁର ରାଜ୍ୟର ପରବର୍ତ୍ତୀ ଡିଜି ହୋଇପାରନ୍ତି ବୋଲି ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ, ଅଭୟଙ୍କ କାର୍ଯ୍ୟକାଳ ୨୦୨୧ ଜୁନ ଯାଏଁ ଥିଲା ମାତ୍ର ସରକାରଙ୍କ ତାଙ୍କୁ ଆଉ ୬ ମାସ ବଢାଇ ଡିଜି ଭାବେ ଦାୟିତ୍ୱ ଦେଇଥିଲେ । ରାଜ୍ୟ ସରକାର ପୁନର୍ବାର ୬ ମାସ ପାଇଁ ଏହି ପଦବୀରେ ରଖିବାକୁ ଅଭୟଙ୍କୁ ଚାହୁଁଥିଲେ ମଧ୍ୟ ଅଭୟ ନିଜ ଆଡୁ ଏଥିରେ ଅନିଚ୍ଛା ପ୍ରକାଶ କରିବା ପରେ ନୂତନ ଡିଜି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

hiranchal ad1
Leave A Reply

Your email address will not be published.

fifteen − seven =