ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇବେ ଦୀପକ୍‌ ଓ ପ୍ରମୋଦ

0 355

ଦଶପଲ୍ଲା : ନୟାଗଡ ଜିଲ୍ଲାରୁ ଦୁଇ ଜଣ ପୁଲିସ ଅଧିକାରୀ ମୁଖ୍ୟମନ୍ତ୍ରୀ ମେଡାଲ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ ଭାବେ ନୟାଗଡ ସଦରଥାନା ଅଧିକାରୀ ଇନ୍ସିପେକ୍ଟର ଦୀପକ ଖଣ୍ଡାୟତରାୟ ଏବଂ ଏଏସ୍‌ଆଇ ପ୍ରମୋଦ କୁମାର ନନ୍ଦଙ୍କୁ ଚୟନ କରାଯାଇଥିବା ଜଣାଯାଇଛି । ସଦରଥାନା ଅଧିକାରୀ ଶ୍ରୀଯୁକ୍ତ ରାୟ ଗଣିଆ ଭାରପ୍ରାପ୍ତ ଥାନା ଅଧିକାରୀ ଥିବା ସମୟରେ ଶ୍ରେଷ୍ଠ ଏସଆଇ ଭାବେ ପୁରସ୍କୃତ ହୋଇଥିଲେ । ତଦନ୍ତ କ୍ଷେତ୍ରରେ ଉତ୍କର୍ଷତା ପାଇଁ ମୁଖ୍ୟମନ୍ତ୍ରୀ ମେଡାଲ ଘୋଷଣା ହୋଇଛି । ୫ ଟି ମୋ ସରକାର ଅଧୀନରେ ସମ୍ମାନଜନକ ମୁଖ୍ୟମନ୍ତ୍ରୀ ପଦକ ପାଇବାକୁ କ୍ରାଇମ୍ବ୍ରାଞ୍ଚ, ଏସ୍ଟିଏଫ୍‌, ଇଓଡବ୍ଲ୍ୟୁ, ଭିଜିଲାନ୍ସ ଓ ଜିଲ୍ଲା ପୋଲିସରୁ ୬୪ଜଣ ମନୋନୀତ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

five × three =