ଚମ୍ପାଇ ସୋରେନଙ୍କ ସୁରକ୍ଷାରେ ନିୟୋଜିତ ଗାଡ଼ି ଓଲଟିଲା

0 49

ପୁଲିସ କର୍ମଚାରୀଙ୍କ ମୃତ୍ୟୁ, ୫ ଗୁରୁତର

ଷଢେ଼ଇକଳା : ଝାଡ଼ଖଣ୍ଡର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ଏକ୍ସକର୍ଟ କରି ଫେରୁଥିବା ପୁଲିସ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଭ୍ୟାନ୍‌ରେ ଥିବା ଏସ୍‌ଆଇ ମନୋଜ ଭଗତଙ୍କ ସମେତ ୫ ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଟିଏମଏଚ୍‌ରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ମୁଦିଆ ମୋର୍ ନିକଟରେ ଏହି ଘଟଣା ଘଟିଛି।

hiring

ତିନି ଦିନିଆ ଦିଲ୍ଲୀ ଗସ୍ତ ସାରି ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ସୋରେନ ଜିଲିଙ୍ଗଗୋଡ଼ାସ୍ଥିତ ନିଜ ଘରକୁ ଫେରୁଥିଲେ। ସେମାନଙ୍କ ସୁରକ୍ଷା ପାଇଁ ଷଢେ଼ଇକଳା ଥାନାରୁ ଜଣେ ଏସ୍ ଆଇଙ୍କ ସମେତ ୫ ଜଣ ପୁଲିସ କର୍ମଚାରୀ ଯାଇଥିଲେ। ଏସକର୍ଟରୁ ଫେରୁଥିବା ବେଳେ ମୁଡିଆ ଟର୍ଣ୍ଣ ନିକଟରେ ବିପରୀତ ଦିଗରୁ ଆସୁଥିବା ଗାଡ଼ି ସହ ପୁଲିସ କର୍ମଚାରୀଙ୍କ ଗାଡ଼ି ଧକ୍କା ହେବାରୁ ପୁଲିସ କର୍ମଚାରୀଙ୍କ ଗାଡ଼ି ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ପୁଲିସ କର୍ମଚାରୀ ବୀରବନ ସିଂହଙ୍କ ମୃତ୍ୟୁ ଘଟିଥିବା ବେଳେ ଏସ୍ ଆଇ ମନୋଜ ଭଗତ, କନେଷ୍ଟବଳ ହରିଶ ଲଗୁରୀ, ଦୟାଲ ମହତୋ, ସାୱନ ଚନ୍ଦ୍ର ହେମ୍ବ୍ରମ୍ ଓ ସିଲାସ ମିଲସନ ଲାକ୍ରା ଗୁରୁତର ଆହତ ହୋଇଛନ୍ତି।

ଦୁର୍ଘଟଣାର ପ୍ରଚଣ୍ଡ ଶବ୍ଦ ଶୁଣି ଆଖପାଖ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ଷଢେ଼ଇକଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ଆହତଙ୍କ ଉନ୍ନତ ଚିକିତ୍ସା ପାଇଁ ସେମାନଙ୍କୁ ପିଟିଏମ୍ଏଚକୁ ପଠାଇଥିଲେ।

ଷଢେ଼ଇକଳା ଥାନା ଅଧିକାରୀ ହୀରାଲାଲ କହିଛନ୍ତି ଯେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଗାଡିକୁ ଏସକର୍ଟରୁ ଫେରିବା ପରେ ବିପରୀତ ଦିଗରୁ ଆସୁଥିବା ଏକ ଗାଡି ଧକ୍କା ଦେଇଥିଲା, ଯେଉଁଥିରେ ଘଟଣାସ୍ଥଳରେ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ଘଟିଥିଲା ଏବଂ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ।

hiranchal ad1
Leave A Reply

Your email address will not be published.

9 + 1 =