ଦ୍ଵନ୍ଦରେ ଗରିବ ହିତାଧିକାରୀ

0 52

ରାସନ କାର୍ଡକୁ ନେଇ ରାଜ୍ୟ ସରକାରଙ୍କ ନୂଆ ନିୟମ I

ପାଟଣାଗଡ : ରାଜ୍ୟ ସରକାର ଅନେକ ନିୟମ ବଦଳାଉଥିବା ବେଳେ ଏବେ ରାସନ କାର୍ଡ ଉପରେ ନୂଆ ନିୟମ ବାହାର କରିଛନ୍ତି । ଯାହାକୁ ନେଇ ଗରିବ ଯୋଗ୍ୟ ହିତାଧିକାରୀଙ୍କଠାରୁ ମଧ୍ୟବିତ୍ତ ପରିବାର ଦ୍ଵନ୍ଦରେ ପଡିଯାଇଛନ୍ତି। ଏହି ରାସନ କାର୍ଡରେ ହିତାଧିକାରୀ ଚାଉଳ ନେବାକୁ ହେଲେ ପରିବାରର ସମସ୍ତ ସଦସ୍ୟ ତାଙ୍କ ନିକଟସ୍ଥ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଯାଇ ଆଧାର କାର୍ଡ କେ.ୱାଇ.ସି. କରିବାକୁ ସରକାର ନୋଟିସ ଜାରି କରିଛନ୍ତି।

hiring

ଅଗଷ୍ଟ ୨୨ ତାରିଖରୁ ସେପ୍ଟେମ୍ବର ୨୫ ତାରିଖ ଭିତରେ କରିବାକୁ ନୋଟିସରେ ଉଲ୍ଲେଖ କରାଯାଇଛି। ଏହି ଧାର୍ଯ୍ୟ ସମୟରେ ଯଦି କୌଣସି ହିତାଧିକାରୀଙ୍କ ପରିବାର କେ.ୱାଇ.ସି. କରି ପାରିଲେ ନାହିଁ ତେବେ ରାସନ କାର୍ଡରୁ ତାଙ୍କୁ ବାଦ ଦିଆଯିବା ପାଇଁ ନିୟମ ରହିଛି। ସରକାରଙ୍କ ଏହି ନିୟମ ସ୍ଵାଗତ ଯୋଗ୍ୟ କିନ୍ତୁ ଯେଉଁ ଗରିବ ଖଟିଖିଆ ହିତାଧିକାରୀ ଘର ମୁଖିଆ ନିଜ ଏବଂ ନିଜ ପରିବାର ଚଳାଇବାକୁ ବାହାର ରାଜ୍ୟରେ କାମ କରୁଛି ଏବଂ ଏଠି ପରିବାର ରହି ରାସନ କାର୍ଡରେ ଚାଉଳ ପାଉଛନ୍ତି। ତେବେ ପରିବାରର ମୁଖିଆ କିମ୍ବା ଅନ୍ୟ ସଦସ୍ୟ ସଠିକ ସମୟରେ ନିଜ ଗାଁକୁ ଆସି କେ.ୱାଇ.ସି. କରିନପାରିଲେ ସେ ଏହି କାର୍ଡରୁ ବାଦ ପଡିବାର ସମ୍ଭାବନା ରହିଛି। ଅନେକ କାର୍ଡଧାରୀଙ୍କ ଘରେ ଛୋଟ ଛୋଟ ପିଲାଙ୍କଠୁ ନେଇ ବୃଦ୍ଧା ପର୍ଯ୍ୟନ୍ତ ଅନେକ ପରିବାରରେ ରହୁଛନ୍ତି। ଏଭଳି ମଧ୍ୟବିତ୍ତ ପରିବାରରେ ମଧ୍ୟ ସମାନ ସମସ୍ୟା ରହିଅଛି।

ତେବେ ଏହି କେ.ୱାଇ.ସି. କରିବାକୁ ହେଲେ ପରିବାରର ସମସ୍ତ ସଦସ୍ୟଙ୍କୁ ଏକଜୁଟ ହୋଇ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଯିବାକୁ ପଡିବ। ଏଠାରେ ପ୍ରଶ୍ନ ଉଠେ ଯେ ସମସ୍ତେ ଏକଜୁଟ ହୋଇ ଦୁରାନ୍ତରେ ଥିବା ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଯିବାକୁ ହେଲେ ଗାଡି ଭଡା ସୂତ୍ରରେ ଖର୍ଚ୍ଚାନ୍ତ ହେବାକୁ ପଡିବ। ଅନେକ ସମୟରେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ଯେଉଁ ମେସିନ ରହିଥାଏ ତାହା ଅନେକ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଇଥାଏ। ତେବେ ଚାଉଳ ନେବା ସମୟରେ ପରିବାରର ଜଣେ ସଦସ୍ୟ ଯାଉଥିବା ବେଳେ ସେ ନିଜେ କୌଣସି ବିକଳ୍ପ ବ୍ୟବସ୍ଥା କରି ଘରକୁ ଫେରିବ କିମ୍ବା ମେସିନ ଠିକ ହେବା ଯାଏ ଅଟକି ରହିବ I ହେଲେ କେ.ୱାଇ.ସି. କରୁଥିବା ସମୟରେ ଯଦି ମେସିନ ଅଚଳ ହେଲା ତେବେ ଗୋଟିଏ ପରିବାରର ଏକାଧିକ ସଦସ୍ୟ ଗୋଟିଏ ଦିନ ନଷ୍ଟ ହେବା ସହ ଆହୁରି ଖର୍ଚ୍ଚାନ୍ତ ହେବାକୁ ପଡିବ। ଅନ୍ୟ ପକ୍ଷରେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ କେ.ୱାଇ.ସି. କରୁଥିବା କର୍ମଚାରୀ ମାନଙ୍କର ମଧ୍ୟ ଅଭାବ ରହିଛି। ହଜାର ହଜାର ହିତାଧିକାରୀଙ୍କ କେ.ୱାଇ.ସି. କେତେ ସମୟ ଲାଗିବ ତାହା ସହଜରେ ଅନୁମାନ କରାଯାଇ ପାରିବ। ପୂର୍ବଭଳି ପରିବାରର ଜଣେ ସଦସ୍ୟ ସମସ୍ତଙ୍କ ଆଧାର କାର୍ଡ ନେଇ କେ.ୱାଇ.ସି. କଲେ ଭଲ ହୁଅନ୍ତା ବୋଲି ଗରିବ ହିତାଧିକାରୀ ମାନେ ଦାବି କରୁଛନ୍ତି ।

hiranchal ad1
Leave A Reply

Your email address will not be published.

17 + fifteen =