କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ

0 143

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ । ଦଳ ବିରୋଧୀ କାର୍ଯ୍ୟ, ବିଶୃଙ୍ଖଳିତ ଆଚରଣ ପାଇଁ ବହିଷ୍କୃତ ହୋଇଛନ୍ତି । ତଳସରାରୁ କଂଗ୍ରେସର ପୂର୍ବତନ ବିଧାୟକ ଥିଲେ । କଂଗ୍ରେସର ଟାଣୁଆ ଆଦିବାସୀ ନେତା ଥିଲେ ପ୍ରଫୁଲ୍ଲ ମାଝୀ । ସେ ତଳସରା ବିଧାନସଭା ନିର୍ବାଚନମଣ୍ଡଳୀରରୁ ୩ ଥର ବିଧାୟକ ଥିଲେ ପ୍ରଫୁଲ୍ଲ ମାଝୀ । ତେବେ ପ୍ରଫୁଲ୍ଲ ମାଝି କଂଗ୍ରେସ ଛାଡି ବିଜେଡିରେ ଯୋଗଦେବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା । କଂଗ୍ରେସରୁ ବହିଷ୍କୃତ ହେବା ପରେ ଏବେ ସେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ । ତଳସରା ନିର୍ବାଚନମଣ୍ଡଳୀରୁ ଲଗାତାର ୩ ଥର ବିଧାୟକ ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଥିଲେ ପ୍ରଫୁଲ୍ଲ ମାଝୀ । ୨୦୦୬ରେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା । ୨୦୦୬ ଉପନିର୍ବାଚନରେ ପ୍ରଫୁଲ୍ଲ ମାଝୀ ତଳସରାରୁ ବିଜୟୀ ହୋଇଥିଲେ । ଏହାପରେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ରେ ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇଙ୍କଠାରୁ ହାରିଯାଇଥିଲେ ପ୍ରଫୁଲ୍ଲ ମାଝୀ ।କଂଗ୍ରସର ଟାଣୁଆ ଆଦିବାସୀ ନେତା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଦଳ ଛାଡିବା ପରେ ପ୍ରଫୁଲ୍ଲ ମାଝୀଙ୍କୁ ଦଳରୁ ବହିଷ୍କୃତ କରିବା ଦଳ ପାଇଁ ବଡ କ୍ଷତି ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

10 − 5 =