ଜଗତି ହାଇସ୍କୁଲରେ ରଞ୍ଜିତା ମହାନ୍ତି ମେମୋରିଆଲ ଛାତ୍ର ବୃତ୍ତି ପାଇଁ ପ୍ରସ୍ତୁତି ବୈଠକ

0 166

ଜହ୍ନାପଙ୍କ :ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ଅନ୍ତର୍ଗତ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିପ୍ର ଚରଣ ମହାନ୍ତିଙ୍କ ଧର୍ମ ପତ୍ନୀ ରଞ୍ଜିତା ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ଛାତ୍ରୀବୃତ୍ତି ଦେବା ପାଇଁ ଏକ ବୈଠକ ପ୍ରଧାନଶିକ୍ଷକ ସମୀର ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରଭୁ ଜଗନ୍ନାଥ ଫଟୋରେ ପୂଜାର୍ଚ୍ଚନା କରାଯାଇ ସ୍ୱର୍ଗତ ରଞ୍ଜିତାଙ୍କ ଉଦ୍ଦେଶ୍ୟରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବିଡିଓ ବିପ୍ର ଚରଣ ମହାନ୍ତି, ସମ୍ମାନିତ ଅତିଥି ଭାବେ, ସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଉତ୍ସବ ସାହୁ, ପ୍ରାକ୍ତନ ବିଡିଓ ଯାଦବ କିଶୋର କର୍ଣ୍ଣ, ଏସ୍‌ଏମ୍‌ସି ସଭାପତି ଆସିତ ସ୍ୱାଇଁ, ଶିକ୍ଷୟତ୍ରୀ ସୁଜାତା ନନ୍ଦ ଯୋଗ ଦେଇ ସ୍ୱର୍ଗତ ରଞ୍ଜିତା ମହାନ୍ତି ଝିଅମାନଙ୍କୁ ଭଲ ପାଉଥିଲେଏବଂ ଝିଅମନେ କିପରି ଶିକ୍ଷା କ୍ଷେତ୍ରରେ ଆଗକୁ ଯାଇପାରିବେ ସେଥିପାଇଁ ସେ ଚେଷ୍ଟିତ ଥିଲେ । ତାଙ୍କର ଅଭିଳାଷକୁ ପୂରଣ କରିବା ପାଇଁ ଶ୍ରୀ ମହାନ୍ତି ଧର୍ମପତ୍ନୀଙ୍କ ନାମରେ ରଞ୍ଜିତା ମହାନ୍ତି ମେମୋରିଆଲ ଛାତ୍ରୀବୃତ୍ତି ଆଜିଠାରୁ ଆରମ୍ଭ କରିଥିଲେ । ସେ ସ୍କୁଲର ପ୍ରଧାନ ଶିକ୍ଷକ, ଏସ୍‌ଏମ୍‌ସିଓ ଡିଇଓଙ୍କ ନାମରେ ୨ ଲକ୍ଷ ଟଙ୍କାର ଏକ ଫିକ୍ସ ଡିପୋଜିଟ ଭାରତୀୟ ଷ୍ଟେଟବ୍ୟାଙ୍କ, ଜହ୍ନାପଙ୍କ ଶାଖାରେ କରି ଏହାର ଚେକ ପ୍ରଧାନଶିକ୍ଷକ ଶ୍ରୀ ଜେନାଙ୍କୁ ପ୍ରଦାନ କରିଥିଲେ । ଆସନ୍ତା ମାଟ୍ରିକ ପରୀକ୍ଷାରେ ଯେଉଁ ଛାତ୍ରୀ ସର୍ବୋଚ୍ଚ ମାର୍କ ରଖି ଉତ୍ତୀର୍ଣ୍ଣ ହେବ ତାହାଙ୍କୁ ଏହାର ସୁଧ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ଚଳିତ ବର୍ଷ କୃତି ଛାତ୍ରୀଙ୍କୁ ନିଜେ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଥିଲେ । ଏହି ବୈଠକରେ ଜୟଦେବ ପ୍ରଧାନ ମଞ୍ଚାସିନ ଥିଲେ । ୨ ଲକ୍ଷ ଟଙ୍କାର ଏକ ଚେକ ଭାରତୀୟ ଷ୍ଟେଟବ୍ୟାଙ୍କ ଜହ୍ନାପଙ୍କ ଶାଖାରେ ଫିକ୍ସ ଟିପୋଜିଟ, ଡିଇଓ, ପ୍ରଧାନ ଶିକ୍ଷକ ଓ ଏସ୍‌ଏମ୍‌ସି ସଭାପତିଙ୍କ ନାମରେ, ପ୍ରତିବର୍ଷ ୧୦ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସହକାରୀ ଶିକ୍ଷକ ଜୟଦେବ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

6 + eighteen =