ସମୁଦ୍ର ଉପକୂଳରେ ନୌସେନା ଦିବସ ପାଇଁ ପ୍ରସ୍ତୁତି

0 62

ପୁରୀ : ପ୍ରଭୁ ଜଗନ୍ନାଥ ମନ୍ଦିର ଅବସ୍ଥିତ ଓଡିଶାର ପବିତ୍ର ସହର ପୁରୀରେ ଆସନ୍ତା ଡିସେମ୍ବର ୪ ତାରିଖରେ ଅନୁଷ୍ଠିତ ହେବକୁ ଯାଉଥିବା ନୌସେନା ଦିବସ ଉପଲକ୍ଷେ ପୁରୀ ସମୁଦ୍ର ଉପକୂଳରେ ପହଞ୍ଚିଛି ଭାରତୀୟ ନୌସେନାର ଏକାଧିକ ଯୁଦ୍ଧ ଜାହାଜ। ଭାରତୀୟ ନୌସେନା ଅଧିକାରି ଆଡମିରାଲ ବୀରଜ ଚୌଧୁରୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ପୁରୀ ପରିଦର୍ଶନ କରି ସମୁଦ୍ର କୂଳର ସ୍ଥିତି ଅନୁଧ୍ୟାନ କରିବାସହ ଜିଲ୍ଲା ପ୍ରଶାସନ ସହିତ ଲଜିଷ୍ଟିକ୍ସ ବିଷୟରେ ଆଲୋଚନା କରିଛନ୍ତି I ବୀରଜ ଚୌଧୁରୀ କହିଛନ୍ତି, ଭାରତୀୟ ନୌସେନାର ବିଭିନ୍ନ ଜାହାଜ ଏଠାରେ ରହି ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିବେ ଏବଂ ବାୟୁସେନାର ବିଭିନ୍ନ ଯୁଦ୍ଧ ବିମାନ ଏୟାର ଶୋ କରିବା ସହ କମାଣ୍ଡୋ ମାନେ ମଧ୍ୟ ଏହି ଅବସରରେ ବିଭିନ୍ନ ଯୁଦ୍ଧର କଳା କୌଶଳ ପ୍ରଦର୍ଶନ କରିବେ। ଭାରତୀୟ ନୌସେନା ମଧ୍ୟ ଏହି ଅବସରରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବା ନେଇ ସ୍ଥିର ହୋଇଥିବା ବେଳେ ସାଧାରଣ ଲୋକମାନେ ସମୁଦ୍ର କୂଳରେ ଉପସ୍ଥିତ ରହି ନୌସେନା ଦିବସରେ ବିଭିନ୍ନ କଳା କୌଶଳ ଦେଖିବାର ସୁଯୋଗ ପାଇପାରିବେ। ତେବେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ପୁରୀ ସମୁଦ୍ର ତଟକୁ ସରସ୍ଵତୀ, ଜଲାସ୍ବା, ସନ୍ଧାୟକ ଭଳି ୫ଟି ଯୁଦ୍ଧ ଜାହାଜ ଆସି ସର୍ଭେ ଆରମ୍ଭ କରିଛନ୍ତି। ସମୁଦ୍ରର କେଉଁ ଅଞ୍ଚଳରେ କେତେ ଗଭୀରତା ରହିଛି, କେଉଁ ସ୍ଥାନରେ କେଉଁ ଜାହାଜ ଅବସ୍ଥାନ କରିପାରିବ ସେ ନେଇ ମଧ୍ୟ ପରୀକ୍ଷା ନିରୀକ୍ଷା ଚାଲିଛି। ତେଣୁ ଏଥର ଓଡ଼ିଶା ବାସୀ ପ୍ରଥମ ଥର ପାଇଁ ଏକ ନିଆରା ଅନୁଭୂତି ପାଇବେ ବୋଲି କହିଛନ୍ତି ଭାରତୀୟ ନୌସେନାର ଅଧିକାରୀ।

hiring

ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳିତ ହୋଇ ଆସୁଥିବା ବେଳେ ନୌସେନା ପକ୍ଷରୁ ୧୯୪୪ ମସିହା ଠାରୁ ଏହି ଦିବସ ପାଳିତ ହୋଇଆସୁଛି। ପୂର୍ବରୁ ଏହି ସ୍ବତନ୍ତ୍ର ଦିବସ ବମ୍ବେ, ବିଶାଖାପାଟଣା ଭଳି ବଡ଼ ବଡ଼ ସହରର ସମୁଦ୍ର କୂଳରେ ପାଳିତ ହୋଇ ଆସୁଥିଲା। ତେବେ ଚଳିତ ବର୍ଷ ପୁରୀ ସମୁଦ୍ର ତଟରେ ପାଳନ କରିବାକୁ ନୌସେନା ନିଷ୍ପତ୍ତି ନେଇଛି। ଏଥିପାଇଁ ପାଖାପାଖି ପାଞ୍ଚଟି ଜଳ ଜାହାଜ ପୁରୀ ଉପକୂଳକୁ ଆସି ପହଞ୍ଚି ସାରିଲେଣି। ଏହି ଯୁଦ୍ଧ ଜାହାଜଗୁଡ଼ିକୁ ନିକଟତର ଦେଖିବାର ସୁଯୋଗରେ ଜନସାଧାରଣ ଆନନ୍ଦିତ ହୋଇପଡିଛନ୍ତି | ଭାରତୀୟ ନୌସେନାର ପ୍ରବୃତ୍ତି ସର୍ବଦା ଜନସାଧାରଣଙ୍କ ପାଇଁ ଆକର୍ଷିତ ହୋଇଆସୁଛି।

hiranchal ad1
Leave A Reply

Your email address will not be published.

eleven + fifteen =