ISAର ଲିଙ୍ଗ ବିବିଧତା ପୁରସ୍କାର ପ୍ରଦାନ କଲେ

0 28

କଳିଙ୍ଗନଗର : ଭାରତୀୟ ଷ୍ଟିଲ ଆସୋସିଏସନ୍(ଆଇଏସଏ) ପକ୍ଷରୁ ଜିନ୍ଦଲ ଷ୍ଟେନଲେସ୍ ଯାଜପୁର ପ୍ଲାଣ୍ଟର ସୁରକ୍ଷା ବିଭାଗର କମାଣ୍ଡୋ ଟିମର ସଦସ୍ୟା ସାଗରିକା ସୋରେନଙ୍କୁ ‘ଲିଙ୍ଗ ଓ ବିବିଧତା’ ବର୍ଗରେ ସମ୍ମାନଜନକ ‘ୱିଙ୍ଗସ୍ ଅଫ୍ ଷ୍ଟିଲ୍’ ପୁରସ୍କାର ପ୍ରଦାନ କରାଯାଇଛି। ଅନେକଙ୍କ ପାଇଁ ପ୍ରେରଣା ସାଜିଥିବା ସାଗରିକାଙ୍କୁ ତାଙ୍କ ନେତୃତ୍ୱ ଓ ଅଗ୍ରଣୀ ମାନସିକତା ପାଇଁ ନୂଆଦିଲ୍ଲୀରେ ଆୟୋଜିତ ଭାରତୀୟ ଷ୍ଟିଲ କନକ୍ଲେଭର ପଞ୍ଚମ ସଂସ୍କରଣରେ ଷ୍ଟିଲ ସେକ୍ରେଟାରୀ ନଗେନ୍ଦ୍ର ନାଥ ସିହ୍ନା ଏହି ପୁରସ୍କାର ପ୍ରଦାନ କରିଥିଲେ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦୃଢ଼ ସାହସ ଓ ସଂକଳ୍ପ ଦେଖାଇଥିବା ଯୋଗୁଁ ସାଗରିକାଙ୍କୁ କେନ୍ଦ୍ର ଭାରୀ ଶିଳ୍ପ ଏବଂ ଇସ୍ପାତ ମନ୍ତ୍ରୀ, ଏଚଡି କୁମାରସ୍ଵାମୀ ଜୁରୀ ସ୍ଵତନ୍ତ୍ର ପୁରସ୍କାର ପ୍ରଦାନ କରିଥିଲେ।

hiring

ସାଗରିକା, ଜିନ୍ଦଲ ଷ୍ଟେନଲେସ୍ ଯାଜପୁର ପ୍ଲାଣ୍ଟରେ ହାଉସକିପିଂ ଷ୍ଟାଫ୍ ଭାବେ କର୍ମ ଜୀବନ ଆରମ୍ଭ କରିଥିଲେ। ତାଙ୍କର ଉଲ୍ଲେଖନୀୟ ନେତୃତ୍ୱ ଗୁଣ ଏବଂ ଉତ୍କର୍ଷତା ପ୍ରତି ପ୍ରତିବଦ୍ଧତା ଯୋଗୁଁ ସେ କମାଣ୍ଡୋ ଟିମରେ ସାମିଲ ହୋଇପାରିଥିଲେ। ଓଡ଼ିଶାର ମୟୂରଭଞ୍ଜର ବୁଢୀଖମାରୀ ଗାଁରେ ଜନ୍ମଗ୍ରହଣ କରିଥିବା ସାଗରିକାଙ୍କୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ମ୍ୟାଟ୍ରିକ ପରେ ପାଠପଢା ବନ୍ଦ କରିବାକୁ ପଡିଥିଲା। ସବୁ ପ୍ରତିଘାତ ସତ୍ତ୍ୱେ ସେ ଅଟଳ ରହିଥିଲେ। ନିଷ୍ଠା ଓ ଦୃଢ଼ ମନୋବଳ ଯୋଗୁଁ ତାଙ୍କୁ ସ୍ୱୀକୃତି ମିଳିଥିଲା, ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସେ ଦୁଇଟି ପୁରସ୍କାର ପାଇଥିଲେ। ତାଙ୍କ ନେତୃତ୍ୱ ଗୁଣ ଏବଂ ଶୃଙ୍ଖଳା ଖୁବ୍ ଶୀଘ୍ର ନଜରକୁ ଆସିଥିଲା, ଯାହା ଫଳରେ କମାଣ୍ଡୋ ଟିମରେ ଜଣେ ସୁରକ୍ଷା କର୍ମୀ ଭାବରେ ତାଙ୍କ ପ୍ରଶିକ୍ଷଣ ପାଇଁ ପଥ ପ୍ରଶସ୍ତ ହୋଇଥିଲା। ବୃତ୍ତିଗତ ଦାୟିତ୍ଵ ବ୍ୟତୀତ ସୋରେନ୍ ନିଜ ଗୋଷ୍ଠୀ ଲୋକଙ୍କ କଥା ବୁଝନ୍ତି । ସେ ଖାଲି ସମୟରେ ନିଜ ଗାଁରେ ପିଲାମାନଙ୍କୁ ପାଠ ପଢ଼ାଇବା ସହ ଜ୍ଞାନ ଓ ଦକ୍ଷତା ବାଣ୍ଟନ୍ତି। ଏହି ଅବସରରେ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ, ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, “ଆଇଏସଏ ପକ୍ଷରୁ ସୁଶ୍ରୀ ସୋରେନଙ୍କୁ ପୁରସ୍କାର ମିଳିବା ଏକ ଗୌରବର ବିଷୟ। ତାଙ୍କ ନିଷ୍ଠା, ନେତୃତ୍ୱ ଓ ସାହସ ପ୍ରେରଣାଦାୟକ। ଜିନ୍ଦଲ ଷ୍ଟେନଲେସରେ ଆମେ ବିଶ୍ୱାସ କରୁ ଯେ ସୁଯୋଗ ମିଳିଲେ ମହିଳାମାନେ ବହୁତ ଆଗକୁ ଯାଇପାରିବେ। ଆମେ ଏପରି ଏକ କର୍ମକ୍ଷେତ୍ର ସୃଷ୍ଟି କରିବାକୁ ପ୍ରତିଶୃତିବଦ୍ଧ, ଯେଉଁଠି ମହିଳାମାନେ ସଶକ୍ତ ହୋଇ ଲକ୍ଷ୍ୟ ହାସଲ କରିବା ସହ ସକାରାତ୍ମକ ପ୍ରଭାବ ଆଣିପାରିବେ ।“

ପୁରସ୍କାର ଗ୍ରହଣ କରିବା ପରେ ସୁଶ୍ରୀ ସୋରେନ କହିଛନ୍ତି, “ଏହି ସମ୍ମାନଜନକ ପୁରସ୍କାର ପାଇବା ମୋ ପାଇଁ ଏକ ବଡ଼ ଉପଲବ୍ଧି। ପୃଷ୍ଠଭୂମି ନିର୍ବିଶେଷରେ ମହିଳାମାନେ ଯେକୌଣସି କ୍ଷେତ୍ରରେ ଉତ୍କୃଷ୍ଟ ହୋଇପାରିବେ, ଏହି ବିଶ୍ୱାସର ଏହା ଏକ ପ୍ରମାଣ। ଜିନ୍ଦଲ ଷ୍ଟେନଲେସରେ ମୋତେ ମିଳିଥିବା ସମର୍ଥନ ଏବଂ ସୁଯୋଗ ପାଇଁ ମୁଁ କୃତଜ୍ଞ। ସାହସ ଏବଂ ଦୃଢ଼ ସଂକଳ୍ପ ସହିତ କ୍ୟାରିଅରରେ ଆଗକୁ ବଢ଼ିବା ଦିଗରେ ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଁ ପ୍ରତିବଦ୍ଧ।“ ଆଇଏସଏ ଭାରତୀୟ ଲୌହ ଏବଂ ଇସ୍ପାତ ଶିଳ୍ପ ପାଇଁ ଏକ ପ୍ଲାଟଫର୍ମ ଭାବରେ ଉଭା ହୋଇଛି, ଯାହା ଭାରତ ଭିତରେ ଏବଂ ଭାରତ ବାହାରେ ସରକାର ଏବଂ ଅନ୍ୟ ଅଂଶୀଦାରଙ୍କ ସହିତ ଏହାର ସଦସ୍ୟମାନଙ୍କ ସାଧାରଣ ସମସ୍ୟା, ଚିନ୍ତା ଏବଂ ଆହ୍ୱାନକୁ ଆଲୋଚନା କରେ।

hiranchal ad1
Leave A Reply

Your email address will not be published.

nine − one =