ଗୋପ ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0 94

କୋଣାର୍କ : ଉତ୍ତରପ୍ରଦେଶ ଲକ୍ଷ୍ମୌ ଚାଷୀଙ୍କୁ ମନ୍ତ୍ରୀଙ୍କ ପୁଅ ଗାଡି ଧକ୍କା କରି ମାରିବା ଘଟଣାରେ କୋଣାର୍କ ସ୍ଥିତ ରିଙ୍ଗରୋଡ଼ ଛକ ଠାରେ ଅଖିଳ ଭାରତ କୃଷକ ସଭା କୋଣାର୍କ-ଗୋପ ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବରିଷ୍ଠ କୃଷକ ନେତା ତଥା ଅଖିଳ ଭାରତ କୃଷକ ସଭା ପୁରୀ ଜିଲ୍ଲା ସଭାପତି ମନୋରଞ୍ଜନ ପରିଡାଙ୍କ ନେତୃତ୍ବରେ କୋଣାର୍କ-ଗୋପ କୃଷକ ସଭା କର୍ମକର୍ତ୍ତା ମାନେ କେନ୍ଦ୍ର ସରକାରଙ୍କ ବିରୋଧରେ କୃଷି ଆଇନ ପ୍ରତ୍ଯାହାର, ମନ୍ତ୍ରୀଙ୍କ ପୁଅକୁ ଗିରଫ ସମେତ କୃଷକ ବିରୋଧି ମୋଦି ସରକାର ବୋଲି ସ୍ଲୋଗାନ ମାନ ଦେଇ ନାରାବାଜି କରିଥିଲେ। କୋଣାର୍କ-ଗୋପ ଶାଖା ପକ୍ଷରୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା । ବିଜେପି ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଗିରଫ, ୩କଳା କୃଷି ଆଇନ ପ୍ରତ୍ଯାହାର, କାଦୁଆ ନଦୀ ପାର୍ଶ୍ବବର୍ତ୍ତୀ ଗ୍ରାମପଞ୍ଚାୟତ ସମେତ ଗୋପବ୍ଳକ ଓ କୋଣାର୍କ ଏନଏସିର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଫସଲର ହାନି ସହାୟତା ରାଶି ପ୍ରଦାନ ଓ ଘରଭଙ୍ଗା ସହାୟତା ପ୍ରଦାନ ଆଦି ୫ଦଫା ଦାବି ନେଇ କୋଣାର୍କ ରିଙ୍ଗରୋଡ଼ ଛକ ଠାରେ କୃଷକ ସଭାର କର୍ମକର୍ତ୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭରେ କୃଷକ ନେତା ବ୍ରହ୍ମାନନ୍ଦ ବିଶ୍ବାଳ, ବିଜୟ କୁମାର ବେହେରା, ନବଘନ ମୁଦୁଲି, ପୂର୍ଣ୍ଣଚନ୍ଦ୍ର କାଣ୍ଡି, ଶ୍ରୀଧର ରାଉତ, ସନ୍ତୋଷ କୁମାର ବେହେରା ସମେତ ୫୦ରୁ ଉର୍ଦ୍ଧ୍ବ କୃଷକସଭାର କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ।

hiranchal ad1
Leave A Reply

Your email address will not be published.

7 + sixteen =