ସରକାରଙ୍କ ନିକଟରେ ଏହି ସବୁ ଦାବି ରଖିଲା ପୁରୀ ଜିଲ୍ଲା ଅଟୋ ଚାଳକ ମହାସଂଘ

0 61

ପୁରୀ :ପୁରୀକୁ ବିଶ୍ୱ ଐତିହା ନଗରୀ ଭାବେ ନିର୍ମାଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଅଟୋ ଚାଳକ ମାନେ ଆଗକୁ କିଭଳି ବ୍ୟବସାୟକୁ ନେଇ ଅସୁବିଧା ଭୋଗିବେ ନାହିଁ ସେ ନେଇ କେତେକ ଦାବି ରଖିଛି ପୁରୀ ଜିଲ୍ଲା ଅଟୋ ଚାଳକ ମହାସଙ୍ଘ । ସଙ୍ଘ ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀ କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ରଖିଛି । ସଂଘ ପକ୍ଷରୁ କୁହାଯାଇଛି ଯେ ଶ୍ରୀମନ୍ଦିର ଚାରି ପାଖରେ ଅଟୋ ରଖିବା ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ହେଉ । ଫଳରେ ପୁରୀ ସହର ବାସିନ୍ଦା ଓ ଭକ୍ତ ମାନେ ସୁବିଧାରେ ଓ ସହଜରେ ଅଟୋ ସେବା ପାଇ ପାରିବେ । ଏହା ଦ୍ୱାରା ଅଯଥା ଟ୍ରାଫିକ ସମସ୍ୟା ଉପୁଜିବ ନାହିଁ । ସେହିପରି ପୂର୍ବଭଳି ଶ୍ରୀମନ୍ଦିର ନିକଟରେ ଅଟୋ ପ୍ରିପେଡ ବ୍ୟବସ୍ଥା ଆରମ୍ଭ କରାଯାଉ, ଯାତ୍ରୀ ମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଉ, ପୋଲିସ ଅନେକ ସମୟରେ ନିରୀହ ଅଟୋ ଚାଳକଙ୍କ ଉପରେ ନିର୍ଯାତନା କରୁଥିବା ଅଭିଯୋଗ କରିଛି ସଂଘ । ଏହାକୁ ବନ୍ଦ କରାଯିବ ସହ ଅଟୋଷ୍ଟାଣ୍ଡରେ ଚାଲିଥିବା ଦାଦା ବଟି କୁ ବନ୍ଦ କରାଯାଉ । ଏହା ଦ୍ୱାରା ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ , ଯାତ୍ରୀ ଶୃଙ୍ଖଳାରେ ଦର୍ଶନ କରିବା ସହ ଅଟୋ ବ୍ୟବସାୟୀମାନେ ମଧ୍ୟ ଭଲ ଦୁଇ ପଇସା ଅର୍ଥ ଉପାର୍ଜନ କରି ନିଜର ଗୁଜୁରାଣ ମେଣ୍ଟାଇ ପାରିବ । ଉତ୍ତମ ପାର୍କିଂ ବ୍ୟବସ୍ଥା , ପ୍ରିପେଡ ଅଟୋ ବ୍ୟବସ୍ଥା , ପାନୀୟ ଜଳ ବ୍ୟବସ୍ଥା ସମେତ ପୋଲିସ ଜୁଲମ ବନ୍ଦ ଦାବି କରିଛି ପୁରୀ ଜିଲ୍ଲା ଅଟୋ ଚାଳକ ମହାସଂଘ ।

hiranchal ad1
Leave A Reply

Your email address will not be published.

five + nine =