ଆଣ୍ଟୀ ରାଗିଂ ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ

0 88

ପୁରୀ : ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଆଣ୍ଟୀ ରାଗିଂ ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁରୀ ଏସପି କେ. ବିଶାଲ ସିଂ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଗିଂରେ ଛାତ୍ର ଛାତ୍ରୀ ଲିପ୍ତ ନ ରହିବା ପାଇଁ ସଚେତନ କରାଇଥିଲେ । କଲେଜ୍‌କୁ ପଢିବାକୁ ଆସୁଥିବା ନୂତନ ଛାତ୍ରଛାତ୍ରୀଙ୍କୁ ତାଙ୍କ ସିନିୟର୍‌ ମାନେ ବନ୍ଧୁତା ରଖିବା ସହ ବିଭିନ୍ନ ସମସ୍ୟା ସମାଧାନ କରିବା ଉଚିତ୍‌ ବୋଲି ପୁରୀ ଏସପି ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ରାଗିଂ ଦ୍ୱାରା ଛାତ୍ରଛାତ୍ରୀଙ୍କ କ୍ୟାରିଅର, ମାନସିକ ଉପରେ କ’ଣ ପ୍ରଭାବ ପଡେ, ରାଗିଂ କଲେ ଆଇନ ଅନୁଯାୟୀ କିଭଳି କାର୍ଯ୍ୟନୁଷ୍ଠାନ ହେବ ସେ ନେଇ ମଧ୍ୟ ପୁରୀ ଏସପି ସଚେତନ କରାଇଥିଲେ । ସୁପ୍ରିମକୋର୍ଟ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୁଡିକରେ ରାଗିଂକୁ ନିଷିଦ୍ଧ କରିଥିବା ବେଳେ ଏହାକୁ ଖିଲାପ କଲେ ଆଇନ ଅନୁଯାୟୀ ପୋଲିସ୍‌ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏଣୁ ପୁରୀ ଏସପି ନିଜେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ଆଣ୍ଟି ରାଗିଂ ଆୱର୍‌ ନେସ୍‌ କରାଉଛନ୍ତି । ଏହା ଦ୍ୱାରା ଛାତ୍ର ଛାତ୍ରୀ ସଚେତନ ହେବେ ବୋଲି ପୁରୀ ଏସପି ଆଶା ରଖିଛନ୍ତି । ସେପଟେ ଶିକ୍ଷାନୁଷ୍ଠାନ ଗୁଡ଼ିକ ରାଗିଂ ମୁକ୍ତ ହେବା ଉଚିତ୍‌ ବୋଲି ଛାତ୍ର ଛାତ୍ରୀ କହିଛନ୍ତି । ଏହା ଏକ ଖରାପ ପରମ୍ପରା ବୋଲି ସଚେତନ ଛାତ୍ରଛାତ୍ରୀ କହିଛନ୍ତି । ସେପଟେ ଗୋପ ବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି କଲେଜ୍‌ ରାଗିଂ ରୋକିବାକୁ କମିଟି ରହିଛି । ଛାତ୍ରଛାତ୍ରୀଙ୍କୁ ସବୁବେଳେ ସଚେତନ ମଧ୍ୟ କରାଯାଉଛି ।

hiranchal ad1
Leave A Reply

Your email address will not be published.

10 − nine =