ପୁରୀସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ପୁରୀରେ ପୁଲିସ ପକ୍ଷରୁ ବିଭିନ୍ନ ହୋଟେଲକୁ ଯାଇ ଯାଞ୍ଚ ଆରମ୍ଭ ହୋଇଛି | ” ଆଜି ସମୁଦ୍ରକୂଳ ଥାନା ଏବଂ ବଳିଆପଣ୍ଡା ଥାନା ପୁଲିସ ସ୍ଥାନୀୟ ଅଞ୍ଚଳରେ ଥିବା ହୋଟେଲ ଆଦି ବୁଲି ଯାଞ୍ଚ କରିଛନ୍ତି l ପୁଲିସ ଆଜି କେତେକ ହୋଟେଲର ରେଜିଷ୍ଟର୍କୁ ନେଇ ଯାଞ୍ଚ କରିଥିବା ଜଣାପଡ଼ିଛି | ଏହି ଯାଞ୍ଚ ସମୟରେ ହୋଟେଲ୍ରେ ରହୁଥିବା ଯାତ୍ରୀମାନଙ୍କର ନାମ, ଠିକଣା ଆଦିକୁ ନେଇ ଯାଞ୍ଚ କରାଯାଇଥିଲା | ଯଦି କୌଣସି ସଂଖ୍ୟାଲଘୁ ସମ୍ପ୍ରଦାୟର ଯାତ୍ରୀ ଆସି କୌଣସି ହୋଟେଲରେ ରହୁଛନ୍ତି, ତେବେ ସେମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ପୁଲିସକୁ ଜଣାଇବା ପାଇଁ ତାଗିଦ ମଧ୍ୟ କରାଯାଇଛି |
