ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ମହାପ୍ରଭୁଙ୍କ ପଞ୍ଚୁକ ନୀତି

0 77

ପୁରୀ,୧୪/୧୧- ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଞ୍ଚୁକ ନୀତି ଆରମ୍ଭ ହେଉଥିବାରୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମର୍ଚ୍ଚିକୋଟ ଛକ ଠାରୁ ଅସ୍ଥାୟୀ ବ୍ୟାରିକେଡ଼ର ବ୍ୟବସ୍ଥା ହୋଇଛି । ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଶ୍ରୀମନ୍ଦିର ଭିତର, ବଡଦାଣ୍ଡ ଏବଂ ଟ୍ରାଫିକ ସୁପରିଚାଳନା ପାଇଁ କଡାକଡି ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମୁଦାୟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ଜଣ ଅତିରିକ୍ତ ଏସପି, ୧୦ ଡିଏସପି, ୩୦ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ସେହିପରି ସମୁଦ୍ର କୂଳ ଅଞ୍ଚଳରେ ମଧ୍ୟ କଡା ପାଟ୍ରୋଲିଙ୍ଗ ସହ ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ପର୍ଯ୍ୟାପ୍ତ ଲାଇଫ ଗାର୍ଡ ଓ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଯେଉଁ ଭକ୍ତ ଓ ପର୍ଯ୍ୟଟକ ମାନେ ପୁରୀ ଆସିବେ ସେମାନେ ମାର୍କେଟ ଛକ ପାଖ ଜଗନ୍ନାଥ ବଲ୍ଲଭ ପାର୍କିଂ ଏବଂ ସମୁଦ୍ର କୂଳ ଅଞ୍ଚଳର ଦିଗବାରେଣି ସହ ଲାଇଟ ହାଉସ ପାଖ ଯାତ୍ରିକା ଠାରେ ଗାଡି ପାର୍କିଂ କରିବା ବ୍ୟବସ୍ଥା କରାଯାଇଥିବା ଏସପି କହିଛନ୍ତି । ତେବେ ଶ୍ରୀମନ୍ଦିର ଏସଓପି ଅନୁଯାୟୀ ଆଜି ରବିବାର ଅବସରରେ ଶ୍ରୀମନ୍ଦିର ବିଶୋଧନ କରାଯାଇଥିବାରୁ ସାଧାରଣ ଦର୍ଶନ ବନ୍ଦ ଥିବାବେଳେ ଆସନ୍ତାକାଲି ବଡ ଏକାଦଶୀ ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । କୋଭିଡ କଟକଣା ଦୃଷ୍ଟିରୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ବିଶେଷ ଦିବସରେ ସାଧାରଣ ଦର୍ଶନ ବନ୍ଦ ରହିବ ।

hiranchal ad1
Leave A Reply

Your email address will not be published.

eighteen − 12 =