ଯୁବ ଚିତ୍ରଶିଳ୍ପୀଙ୍କ ଏକ ନିଆରା କଳାକୃତି

0 51

ପୁରୀ,୫/୨- ପବିତ୍ର ସରସ୍ୱତୀ ପୂଜା ଅବସରରେ ପୁରୀ ବାସେଳୀ ସାହିର ଯୁବ ଚିତ୍ରଶିଳ୍ପୀ ଏକ ନିଆରା କଳାକୃତି କରି ସରସ୍ୱତୀ ପୂଜାର ଅଭିନନ୍ଦନ ସମସ୍ତଙ୍କୁ ଜଣାଇଛନ୍ତି । ପୁରୀ ବାସେଳୀ ସାହିର ଅଷ୍ଟମ ଶ୍ରେଣୀର ଛାତ୍ର ଆୟୁଷ ମହାପାତ୍ର ମାତ୍ର ୬ ମିନିଟରେ ଦୁଇହାତରେ ବାଗଦେବୀ ମା ସରସ୍ୱତୀଙ୍କର ଓଲଟା ଚିତ୍ର ଆଙ୍କି ଏବେ ବେଶ୍‌ ଚର୍ଚ୍ଚା ସାଉଁଟିଛନ୍ତି । ମା ସରସ୍ୱତୀଙ୍କର ଏହି ୬ ମିନିଟର ଚିତ୍ରକଳା ମାଧ୍ୟମରେ ଆୟୁଷ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ କରୋନା ମହାମାରୀର ବିନାଶ ପାଇଁ ପ୍ରାର୍ଥନା କରିଛନ୍ତି । ପୂର୍ବରୁ ଆୟୁଷ ପ୍ରଭୁ ଗଣେଷଙ୍କ ଓଟଲା ଚିତ୍ର ସମେତ ଅନେକ ଚିତ୍ର କରି ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହୋଇପାରିଛ଼ନ୍ତି ।

hiranchal ad1
Leave A Reply

Your email address will not be published.

fourteen + 12 =