ପୁରୀଜିଲ୍ଲାର ଓମିକ୍ରନ ଆକ୍ରାନ୍ତ ବୃଦ୍ଧି ଯୋଗୁଁ ପ୍ରଶାସନ ଚିନ୍ତାରେ

0 82

ପୁରୀ,୭/୧- ଜିଲ୍ଲାରେ ଓମିକ୍ରନ ଆକ୍ରାନ୍ତଙ୍କ ଚିହ୍ନଟ ପରେ ପ୍ରଶାସନର ଚିନ୍ତା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଜି ପୁରୀ ଜିଲ୍ଲାରୁ ପୁଣି ୩୦ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟସରକାରଙ୍କ ନୂଆ ଏସଓପି ଅନୁଯାୟୀ ନୂଆ କଟକଣା ଜାରିକରାଯାଇଛି । ଶ୍ରୀମନ୍ଦିରରେ ପ୍ରତିଦିନ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ହେଉଥିବାବେଳେ ବେଳାଭୂମି ସମେତ ଜିଲ୍ଲାର ବିଭିନ୍ନ ତୀର୍ଥସ୍ଥାନ ଏବଂ ପର୍ଯ୍ୟଟନସ୍ଥଳୀ ମଧ୍ୟ ପର୍ଯ୍ୟଟକଙ୍କ ଗହଳି ଲାଗୁଛି । ଶ୍ରୀମନ୍ଦିରକୁ ନେଇ ଖୁବ ଶୀଘ୍ର ବୈଠକ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଦୁଇ ଦୁଇ ଥର ଓମିକ୍ରନ ସ୍ଥିତି ନେଇ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ପ୍ରଶାସନ ଅଧିକ ତତ୍ପର ସଜାଗ ହୋଇଛି । ଆଜିଠାରୁ ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁହେବ ପୁରୀ ସହରବାସୀଙ୍କ ସହ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନେ କୋଭିଡ ନିୟମକୁ କଡାକଡିଭାବେ ପାଳନ କରିବାକୁ ପରାମର୍ଶ ଦେଇଛିନ୍ତି । ମାସ୍କ ଏବଂ ସାନିଟାଇଜର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଶ୍ରୀମନ୍ଦିର ପାଇଁ କିଭଳି କୋଭିଡ ଗାଇଡ଼ ଲାଇନକୁ ଆହୁରି ସୁଦୃଢ କରିହେବ ସେ ନେଇ ଆଜି ଏକ ବୈଠକ କାର୍ଯ୍ୟକ୍ରମ ରହିଛି ।

hiranchal ad1
Leave A Reply

Your email address will not be published.

eighteen − thirteen =