ସୂର୍ଯ୍ୟମନ୍ଦିର ପରିସରରେ ପାଳନ ହେଲା ଆଜାଦି କା ଅମୃତ ମହୋତ୍ସବ ଓ ଗଣଦୌଡ

0 93

ପୁରୀ,୧୧/୯- ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ପାଳନ କରାଯାଇଛି ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ । ଏହି କାର୍ଯ୍ୟକ୍ରମଟି ନେହେରୁ ଯୁବ କେନ୍ଦ୍ର ପୁରୀ ଦ୍ୱାରା ଆୟୋଜନ କରାଯାଇଥିଲା । କୋଭିଡ୍‌ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସମସ୍ତେ ଫିଟ ରହିବା ଓ ସ୍ୱସ୍ଥ ରହିବା ପାଇଁ ଏକ ଆହ୍ୱାନ ନେଇ ଗଣଦୌଡ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା । ନେହେରୁ ଯୁବକେନ୍ଦ୍ରର ନିର୍ଦ୍ଦେଶକ ନବୀନ ନାୟକ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଜୟ ଶଙ୍କର ଯୋଶୀଙ୍କ ସହ କୋଣାର୍କର ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ପ୍ରଥମେ କୋଣାର୍କ ସୂର୍ଯ୍ୟ ମନ୍ଦିର ସମୁଖରେ ସୂର୍ଯ୍ୟ ପୂଜା କରି ଗଣଦୌଡ଼ ବାହାରି କୋଣାର୍କ ବଜାର ବୁଲି କୋଣାର୍କ ଲୋକମାନଙ୍କୁ ସଚେତନତା କରିଥିଲେ । ପରିବେଶ ସୁରକ୍ଷା କରିବା ସହ କୋଭିଡ୍‌ର ତୃତୀୟ ଲହରୀରୁ ନିଜକୁ ସୁରକ୍ଷା ଦେବାପାଇଁ ପ୍ରସ୍ତୁତ କରିବାକୁ କରିଥିଲେ ସଚେତନ । ପରେ କୋଣାର୍କର ଗର୍ବ ବାଲୁକା ଶିଳ୍ପୀ ସରିତା ଗୋଛାୟତ ସମ୍ମାନିତ କରିବାସହ ନେହେରୁ ଯୁବକେନ୍ଦ୍ର ଗୋପ ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀଙ୍କୁ ସମ୍ମାନିତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

ten + two =