ଛାତ୍ରଛାତ୍ରୀମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ

0 81

ପୁରୀ,୩/୧୦- ଆଜି ଛାତ୍ରଛାତ୍ରୀ ମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ଗଙ୍ଗାଧର ନୋଡାଲ ବିଦ୍ୟାପୀଠର ପ୍ରାୟ ୩୨ ଜଣ ଛାତ୍ରଛାତ୍ରୀ ନିଳାଦ୍ରୀ ବେଳାଭୂମିରୁ ବାହାରି ପୌରସଂସ୍ଥା କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ସେମାନଙ୍କୁ ବିଭିନ୍ନ ପ୍ରକ୍ରିୟା ସଂପର୍କରେ ଅବଗତ କରାଯାଇଥିଲା । ଫିଡବ୍ୟାକ ଫାଉଣ୍ଡେସନର ଜ୍ୟୋତି ପ୍ରକାଶ ପିଲାମାନଙ୍କ ସହ ଭାବ ବିନିମୟ କରିଥିଲେ । ଏହାପରେ ସେମାନେ ସହରର ଐତିହାସିକ ସଂପର୍ଣ୍ଣ ସିଦ୍ଧବକୁଳ ମଠ, ଜିଆର ସ୍ୱାମୀମଠ, ଗଙ୍ଗାମାତ ମଠ, ରାଧାକାନ୍ତ ମଠ, ଶ୍ୱେତଗଙ୍ଗା ପୁଷ୍କରିଣୀ ଆଦି ବୁଲି ଖୁସିବ୍ୟକ୍ତ କରିଥିଲେ । ଗବେଷକ ଡଃ ସୁରେନ୍ଦ୍ର ମିଶ୍ର ବିଭିନ୍ନ ମଠର ଉତ୍ପତ୍ତି ଓ ମହାତ୍ମ୍ୟ ବିଷୟରେ ଆଲୋକପାତ କରିଥିଲେ । ପୁରୀର ଉନ୍ନତ ଓ ଐତିହ୍ୟପୂର୍ଣ୍ଣ ତଥା ସୁପ୍ତପ୍ରାୟ ପ୍ରାଚୀନ ପରମ୍ପରାର ଅନାଲୋଚିତ ଦିଗ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ହେରିଟେଜ ରାଇଡରେ ଛାତ୍ରଛାତ୍ରୀ, ଯୁବ ଗୋଷ୍ଠୀ, ବୁଦ୍ଧିଜୀବୀ, ପର୍ଯ୍ୟଟକ ସମେତ ବିଭିନ୍ନ ବର୍ଗଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଉଛି । ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, ବ୍ଲକ ଶିକ୍ଷାଧିକାରୀ ସୁରେନ୍ଦ୍ର କୁମାର ଦାଶ, ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତା ଯୁଗବ୍ରତ କର, ୀ ଶାନ୍ତିରଞ୍ଜନ ମିଶ୍ର, ପ୍ରମୋଦ ଆଚାର୍ଯ୍ୟ, ଅଜିତ ପଣ୍ଡା, ନଟବର ସାହୁ, ସୁଶାନ୍ତ ପାତ୍ର, ଶୁଭ୍ରାଂଶୁ ଶେଖର ଦାଶ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two × two =