ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲିରେ ତିଆରି ନୌକା

0 61

ପୁରୀ,୨୬/୧୧:- ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶା ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲିରେ ଏକ ସୁନ୍ଦର ନୌକା ନିର୍ମାଣ ସହ ମହାପ୍ରଭୁଙ୍କ ପ୍ରତିକୃତି ତିଆରି କରି ପ୍ରତ୍ୟେକ ଓଡିଆଙ୍କୁ କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ । ଏହି ବାଲୁକା ଚିତ୍ରକଳାରେ ୫ ହଜାର ଫୁଲକୁ ଅତି ଆକର୍ଷଣୀୟ ଭାବେ ସଜାଇଛନ୍ତି ସୁଦର୍ଶନ । ପୁରୀ ବେଳାଭୂମିର ନୀଳାଦ୍ରି ବିଚ୍‌ରେ ଏହି ସୁନ୍ଦର ବାଲୁକା ଚିତ୍ରକଳା କରୁଛନ୍ତି ବାଲୁକା ଚିତ୍ରଶିିଳ୍ପୀ ସୁଦର୍ଶନ ପଟ୍ଟନାୟକ । କାର୍ତ୍ତକ ପୂର୍ଣ୍ଣିମାରେ ଅତୀତରେ ଓଡିଆ ସାଧବ ପୁଅମାନେ ବାଣିଜ୍ୟ ନିମନ୍ତେ ବୋଇତ ଦ୍ୱାରା ବିଦେଶକୁ ଯାତ୍ରା କରୁଥିଲେ । ତାଙ୍କରି ସ୍ମୃତିରେ ଏବଂ ଓଡ଼ିଶାର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ଓଡିଆମାନେ ମନେପକାଇ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ଭସାଇ ସେହି ସମୃଦ୍ଧ ପରମ୍ପରାକୁ ମନେ ପକାଇ ଥାଆନ୍ତି । ସେହିପରି କାର୍ତ୍ତିକ ପୂର୍ଣ୍ଣିମା ଧାର୍ମିକ ଦୃଷ୍ଟି କୋଣରୁ ବୋଇତ ଭସାଇ ମାସକ ଧର୍ମ ରଖିବା ନେଇ ପ୍ରାର୍ଥନା କରି ପ୍ରତ୍ୟେକ ଶ୍ରଦ୍ଧାଳୁ ପୁଷ୍କରିଣୀ, ଜଳାଶୟରେ ବୋଇତ ଭାସାଇବାର ପରମ୍ପରା ରହିଚି ।

hiranchal ad1
Leave A Reply

Your email address will not be published.

five × three =