ଆସନ୍ତା ୧୨ ତାରିଖରୁ ବିଭିନ୍ନ ନୀତିକାନ୍ତି ଥିବାରୁ କଟକଣା

0 98

ପୁରୀ,୧୦/୧୧- ଆସନ୍ତା ୧୨ ତାରିଖ ଦିନ ପବିତ୍ର ଅଁଳା ନବମୀ ଓ ଶ୍ରୀ ଶ୍ରୀ ରାଧାରାଣୀଙ୍କର ପାଦ ଦର୍ଶନ । ୧୫ ତାରିଖ ଦିନ ବଡ଼ ଏକାଦଶୀ ।,ଠାକୁର ଶ୍ରୀ ଗୋପାଳ ଜୀଉ ଓ ଠାକୁରାଣୀ ଶ୍ରୀ ରାଧାରାଣୀଙ୍କର ଲକ୍ଷ୍ମୀ ନାରାୟଣ ବେଶ ଓ ପ୍ରସିଦ୍ଧ ଚୁଡାଘସା ଭୋଗ ଅନୁଷ୍ଠିତ ହେବ । ତେବେ କୋଭିଡ କଟକଣା ହେତୁ ଉକ୍ତ ଦୁଇ ଦିନ ପୁରୀ ସାକ୍ଷୀଗୋପାଳ ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ । ଲୋକ ଙ୍କ ଭିଡ଼ କୁ ନଜର ରେ ରଖାଯାଇ କୋଭିଡ କଟକଣା ହେତୁ ୧୪୪ ଧାରା ଜାରି ହେବ । କେବଳ ସେବାୟତ ମାନେ ଠାକୁରଙ୍କ ନୀତିକାନ୍ତିରେ ଉପସ୍ଥିତ ରହିବେ । ସାକ୍ଷୀଗୋପାଳ ମନ୍ଦିର ପାନ୍ଥଶାଳା ମଧ୍ୟରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏହି ନିଷ୍ପତ୍ତି ହୋଇଛି । ସରକାରଙ୍କର କୋଭିଡ କଟକଣା ଅନୁଯାଇ ପାରମ୍ପରିକ ରୀତିନୀତି ଅନୁଯାଇ ଦେବନୀତି ଅନୁଷ୍ଠିତ ହେବା ସହିତ ୧୨ ଓ ୧୫ ତାରିଖ ୨ ଦିନ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯିବ । ଭକ୍ତ ମାନଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଉପରେ କଟକଣା ଜାରି କରାଯିବ । ମନ୍ଦିରରେ ଫୁଲ ଓ ଆଲୋକ ସଜ୍ଜା କରାଯିବ । ଏହି ବୈଠକରେ ମନ୍ଦିର କମିଟିର ସଦସ୍ୟ , ପ୍ରଶାସନିକ ଅଧିକାରୀ ଓ ପୋଲିସ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two × 1 =