ବିଜେପି ଅନୁସୂଚିତ ଜାତି ଓ ଦଳିତ ମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରା

0 76

ପୁରୀ,୧୧/୮- ରାଜ୍ୟରେ ଦଳିତ ପରିବାର ଉପରେ ଚାଲିଥିବା ଆକ୍ରମଣ ଓ ଦବଙ୍ଗଗିରୀ ପ୍ରତିବାଦରେ ଜିଲ୍ଲା ବିଜେପି ଅନୁସୂଚିତ ଜାତି ଓ ଦଳିତ ମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଛି । କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳୀର ନବକିଶୋର ମଲ୍ଲିକଙ୍କ ପୁତ୍ର ତାଙ୍କ ପଞ୍ଚାୟତରେ ନରେଗା,ପ୍ରଧାନମନ୍ତ୍ରୀ ଆବାସ,ପାଇଖାନା ଇତ୍ୟାଦି ଉନ୍ନତିମୂଳକ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ସରପଞ୍ଚ ତାଙ୍କର ସମର୍ଥକଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ପୁଲିସ୍‌ ପକ୍ଷରୁ ଗ୍ରହଣ କରାଯାଇନାହିଁ । ସେପଟେ ନାଉଗାଁରେ ମଧ୍ୟ ଦଳିତ ମହିଳା ମାନଙ୍କୁ ବିଜେଡି କର୍ମୀ ଆକ୍ରମଣ କରିବା ସହ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ଫଟୋ ମଧ୍ୟ ତଳେ ପକାଇ ଦଳାଚକଟା କରିଥିଲେ । ଯାହାକି ତାଙ୍କ ପ୍ରତି ଘୋର ଅସମ୍ମାନ । ସେଠାରେ ମଧ୍ୟ ପୋଲିସ୍‌ ନୀରବଦ୍ରଷ୍ଟା ସାଜିଥିବା ବେଳେ ଏପର୍ଯ୍ୟନ୍ତ କାହାରି ଉପରେ କାର୍ଯ୍ୟାନୁଷ୍ଠାନ ନେଇନାହି । ଏହାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଘଟଣାର ତୀବ୍ର ନିନ୍ଦା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି ।

hiranchal ad1
Leave A Reply

Your email address will not be published.

one + 1 =