ଗୋପବନ୍ଧୁଙ୍କ ଜିଲ୍ଲାସ୍ତରୀୟ ୧୪୪ତମ ଜୟନ୍ତୀ ପାଳିତ

0 82

ପୁରୀ,୯/୧୦- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜିଲ୍ଲାସ୍ତରୀୟ ୧୪୪ତମ ଜୟନ୍ତୀ ଆଜି ପାଳିତ ହୋଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଓ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସିଂହଦ୍ୱାରସ୍ଥିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରିଥିଲେ । ଗୋପବନ୍ଧୁଙ୍କ ତ୍ୟାଗ ଓ ବଳିଦାନର ପଟାନ୍ତର ନାହିଁ । ତାଙ୍କର ନିଷ୍ଠା ଓ ସେବା ନିମନ୍ତେ ଉତ୍କଳମଣି ଉତ୍କଳବାସୀଙ୍କ ପାଇଁ ପ୍ରାତଃ ସ୍ମରଣୀୟ ରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ସଂସଦର ଶ୍ରୀ ଶରତ ଜୟସିଂ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଶ୍ରୀ ସୌମେନ୍ଦ୍ର ଦାସ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତି, ଶ୍ରୀ ଉମାବଲ୍ଲଭ ମହାପାତ୍ର, ଶ୍ରୀ ଶିବ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ କରୋନା ଯୋଦ୍ଧା ସାମ୍ବାଦିକ ସ୍ୱର୍ଗତ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଧର୍ମପତ୍ନୀ ପ୍ରିୟବାସିନୀ କରଙ୍କୁ ରାଜ୍ୟ ସରକାରଙ୍କ ସହାୟତାମୂଳକ ରାଶି ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ପରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା ସାକ୍ଷୀଗୋପାଳ ବସଷ୍ଟାଣ୍ଡ ସ୍ଥିତ ପଞ୍ଚସଖା ପୀଠ, ବକୁଳବନ, ସମାଧିପୀଠ, ସତ୍ୟବାଦୀ ହାଇସ୍କୁଲ ଓ ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଷଠିଘର ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏଥିସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଥଶର୍ମା ଗୋପବନ୍ଧୁଙ୍କ ଐତିହ୍ୟ ଗ୍ରାମ ନିର୍ମାଣ କାର୍ଯ୍ୟ ବୁଲି ଦେଖି ବିଭିନ୍ନ ପ୍ରସଙ୍ଗ ଉପରେ ତାଙ୍କ ପରିବାର ସହ ଆଲୋଚନା କରିଥିଲେ । ଏହି ଅବସରରେ ସତ୍ୟବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ କ୍ଷୀରୋଦ କୁମାର ବେହେରା, ଗୋପବନ୍ଧୁଙ୍କ ଅଣନାତି ଶ୍ରୀ ଧିରେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eighteen − one =