ମହାପ୍ରଭୁଙ୍କ ବାହୁଡାଯାତ୍ରା ଓ ସୁନାବେଶ ପାଇଁ ଶେଷ ହେଲା ସମୀକ୍ଷା ବୈଠକ

0 97

ପୁରୀ,୧୯/୭- ମହାପ୍ରଭୁଙ୍କ ବାହୁଡାଯାତ୍ରା ଓ ସୁନା ବେଶ ପାଇଁ ଆଜି ନୀଳାଦ୍ରୀ ଭକ୍ତନିବାସରେ ବସିଥିଲା ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବସିଥିଲା ବୈଠକ । ବୈଠକରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ସିଡିଏମଓ ଉପସ୍ଥିତ ଥିଲେ । ପ୍ରାୟ ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ ଚାଲିଛି । ଅଧିକାଂଶ କର୍ମଚାରୀଙ୍କ ଟେଷ୍ଟ ସରିଥିବା ବେଳେ ଆଜି ଟେଷ୍ଟିଂ ସରିବ । ସେବାୟତଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ କରାଯାଇଛି । ଲାଇଭ୍‌ ଟେଲିକାଷ୍ଟ ଦୂରଦର୍ଶନ ତରଫରୁ ବାହୁଡା ଓ ସୂନାବେଶ ପାଇଁ କରାଯିବ । ବାହୁଡାଯାତ୍ରାରେ ରଥଟଣା ସମୟରେ ଅଗ୍ନିଶମ ବିଭାଗ ଦ୍ୱାରା ଜଳସିଞ୍ଚନ ହେବା ସହ ପ୍ରଚୁର ପାନୀୟ ଜଳ ବ୍‌ଯବସ୍ଥା କରାଯାଇଛି । ସେବକ ମାନଙ୍କ ସହଯୋଗରେ ଶୃଙ୍ଖଳିତ ନିତୀକାନ୍ତି ହେବ । ସେପଟେ ଶ୍ରୀମନ୍ଦିର ରେ ଲାଗି ବାକୁ ଥିବା ଆଠଟି ରୂପାଦ୍ୱାରର କାମ କରାଯାଉଛି । ନିଳାଦ୍ରୀ ବିଜେ ମଧ୍ୟରେ ବେହରଣ ଦ୍ୱାରର ରୂପାଛାଉଣି କାର୍ଯ୍ୟ ସରିଥିବା ବେଳେ ଜୟ ବିଜୟ ଦ୍ୱାର, ଭୋଗମଣ୍ଡପ , ସାତପାହାଚ ଦ୍ୱାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । କଳାହାଟ ଦ୍ୱାର ଯଦି ସମ୍ଭବ ନହେବ ଆସନ୍ତା ରଥଯାତ୍ରା ସମୟରେ କରାଯିବ । ରୂପାଛାଉଣି କାର୍ଯ୍ୟ ପରବର୍ତ୍ତୀ ସମୟରେ କରାଯାଇପାରିବ । ଶ୍ରୀମନ୍ଦିରରେ ଏଏସଆଇର ଆଲୋକୀକରଣ କାର୍ଯ୍ୟକୁ ଅନୁମତି ମିଳିଛି । ସେ କାର୍ଯ୍ୟ ରଥଯାତ୍ରା ପରେବି ଜାରିରହିବ । ଲେଜର ସ୍କାନିଂ ଉପରେ ମଧ୍ୟ ହୋଇଛି ଆଲୋଚନା । ଗର୍ଭଗୃହକୁ ଛାଡି ଜଗମୋହନ, ଭୋଗମଣ୍ଡପ, ନାଟମଣ୍ଡପର ଲେଜର ସ୍କାନିଂ ଶେଷ ହୋଇଛି । ବୈଷୟିକ ଓ ବୈଜ୍ଞାନିକ ଅଧ୍ୟୟନ ପରେ କେଉଁ ସ୍ଥାନରେ ଫାଟ ସୃଷ୍ଟି ହୋଇଛି କି ନାହିଁ ତାହା ସ୍ପଷ୍ଟ ହେବା ହେବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର କହିଛନ୍ତି ।

hiranchal ad1
Leave A Reply

Your email address will not be published.

20 − eleven =