ଅବକାରୀ ବିଭାଗ ଦ୍ୱାରା ୧୦କେଜି ଗଞ୍ଜେଇ ଜବତ

0 176

ପୁରୀ,୧୪/୯- ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଜିଲ୍ଲା ଅବକାରୀ ସଦର ରେଞ୍ଜ ନିରୀକ୍ଷିକା ଶ୍ରୀମତୀ ମାନସୀ ସାହୁ ଏବଂ ମୋବାଇଲି ସ୍କ୍ୱାଡ଼ର ଉପ-ନିରୀକ୍ଷିକା ମମତା କୁମାରୀ ଦାଶଙ୍କ ନେତୃତ୍ୱରେ ନୟାଗଡ ଜିଲ୍ଲାରୁ ଗଂଜେଇ ଆଣି ଦଣ୍ଡୁଆସିପଡା, ଖଜୁରିଆ ଓ ଏହାର ଆଖପାଖ ଅଂଚଳରେ ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରୁଥିବା ଅଭିଯୋଗରେ ଅବକାରୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ଜେନା ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିଲେ । ଏହି ଟିମ ଆଜି ସକାଳ ଭୋରୁ ବ୍ରହ୍ମଗିରି ଥାନା ଅଂଚଳରେ ଚଢ଼ାଉ କରି ଦୁଇଜଣ ବ୍ୟକ୍ତି ଯାହାଙ୍କର ନାମ ଚକ୍ରଧର ପରିଡା (୩୮ ବର୍ଷ) ଓ ଦିଗାମ୍ବର ପରିଡା (୪୫)ଙ୍କୁ ଚଢ଼ଉ କରି ୧୦ କେଜି ଗଂଜେଇ ଜବତ କରିଛନ୍ତି ଏବଂ ସେମାନଙ୍କୁୁ ଗିରଫ କରି ଜିଲ୍ଲା ମୋବାଇଲ ସ୍କ୍ୱାଡ କେସ ନମ୍ବର ୯୩/୨୧-୨୨ରେ ଓ ପୁରୀ ସଦର ରେଞ୍ଜ କେସ ନମ୍ବର ୨୭/୨୧-୨୨ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି ।

hiring

ଜବତ ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୮୦ହଜାର ଟଙ୍କାରୁ ଉର୍ଦ୍ଧ ହେବ । ଏହି ଚଢ଼ାଉରେ ଅବକାରୀ ନିରୀକ୍ଷିକା ଶ୍ରୀମତୀ ମାନସୀ ସାହୁ ଓ ଉପ-ନିରୀକ୍ଷିକା ଶ୍ରୀମତୀ ମମତା କୁମାରୀ ଦାଶ, ଉପ- ନିରୀକ୍ଷକ ଶ୍ରୀ ରଙ୍କନିଧି ମଲ୍ଲିକ, ଏଏସଆଇ ସନ୍ତୋଷ କୁମାର ନାୟକ, ଅଭିଜିତ ପ୍ରଧାନ, ପ୍ରବୀଣ ବିରାଜ ଖିରୋ ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

three + 13 =