ପୁରୀ,୧୦/୧୧- ବ୍ରହ୍ମଗିରି ଥାନା ନାଥପୁର ଭୋଇସାହିରେ ଘଟିଥିବା ଗୋଷ୍ଠୀସଂଘର୍ଷ ଓ ବୋମାମାଡ଼ ଘଟଣାରେ ୧୦ ଜଣକୁ ଗିରଫ କରିଛି ପୁରୀ ପୋଲିସ । ଘଟଣାର ତଦନ୍ତ ଜାରିରହିଛି । ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାଲାଗି ସୂଚନା ଦେଇଛନ୍ତି ପୁରୀ ଏସ୍ପି କେ ବିଶାଲ ସିଂ । ଘଟଣା ସ୍ଥଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ୪ପ୍ଲାଟୁନ ପୋଲିସ ଫୋର୍ସ, ସଦର ଏସ ଡି ଓ, ଅତିରିକ୍ତ ଏସ୍ ପି ଏବଂ ବ୍ରହ୍ମଗିରି ଆଇ ଆଇ ସି ଉପସ୍ଥିତ ଅଛନ୍ତି । ଘଟଣାର ସ୍ଥାୟୀ ପ୍ରତିକାର ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଉଭୟ ଗୋଷ୍ଠୀ ସହ ଆଲୋଚନା କରାଯାଇଛି । ଶାନ୍ତି ଫେରାଇ ଆଣିବା ଲାଗି ଉଦ୍ୟମ ହେଉଥିବା ପୁରୀ ଏସ୍ ପି ସୂଚନା ଦେଇଛନ୍ତି ।