ଆମ ଆଦମୀ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0 69

ପୁରୀ,୯/୧୧- ସମଗ୍ର ରାଜ୍ୟ ତଥା ଦେଶରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆମ ଆଦମୀ ପାର୍ଟି ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ କରାଯାଇଛି । ପୁରୀ ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ କଚେରୀ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ସାଙ୍ଗକୁ ଟାଟା କମ୍ପାନୀ ଦ୍ୱାରା ବିଦ୍ୟୁତ ବିଲ୍‌ ଲୋକଙ୍କ ପାଇଁ ଅସହ୍ୟ ହୋଇପଡିଛି । ତୁରନ୍ତ ଦରହ୍ରାସ ସହ ଟାଟା କମ୍ପାନୀକୁ ହଟାଇବା ପାଇଁ ଦାବୀ କରିଛି ଦଳ । ୨୦୧୪ ରେ ମୋଦି ସରକାର ଯେତେବେଳେ ସରକାରକୁ ଆସିଲେ କହିଥିଲେ ପେଟ୍ରୋଲ ଡିଜେଲ ଦର ଉପରୁ ନିୟନ୍ତ୍ରଣ ହଟାଯାଇ ଅନ୍ତର୍ଜାତୀୟ ବଜାରରେ ଥିବା ମୂଲ୍ୟ ଅନୁଯାୟୀ ଦର ରଖାଯିବ । ତେବେ କୋଭିଡ ସମୟରେ ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ତେଲ ଦର କମ ରହିଲା ସେତେବେଳେ ସରକାର ତେଲ ଦର କମାଇବା ପରିବର୍ତ୍ତେ ଲୋକଙ୍କ ଠାରୁ ଅଧିକ ଦାମରେ ତେଲ ବିକ୍ରି କଲେ । ଫଳରେ ଦରଦାମ ଅହେତୁକ ବୃଦ୍ଧି ପାଇବାରେ ଲାଗିଥିବାବେଳେ ମଧ୍ୟବିତ୍ତ , ଗରିବ ଶ୍ରମିକ ଲୋକଙ୍କ ଦୈନନ୍ଦିନ ଚାଲିବା ମୁସ୍କିଲ ହୋଇପଡ଼ିଛି । ଏଣୁ ମୋଦି ସରକାର କେତେ ଲୋକଙ୍କ ପାଇଁ ଭଲ ତାହା ମୁଖା ଖୋଲିଯାଇଛି । ସେହିପରି ଓଡିଶାରେ ବିଜେଡି ସରକାର ଲୋକଙ୍କ ଠାରୁ ଅଧିକ ଦରରେ ବିଦ୍ୟୁତ ବିଲ ଆଦାୟ କରୁଛନ୍ତି । ବିଦ୍ୟୁତ ବଳକା ରାଜ୍ୟ ହୋଇ ମଧ୍ୟ ରିହାତି ବଦଳରେ ଅଧିକ ଟଙ୍କା ଆଦାୟ କରୁଛନ୍ତି । ଏଣୁ ବିଜେପି ଓ ବିଜେଡି ସରକାର ଯେଭଳି ଲୋକଙ୍କୁ ଶୋଷଣ କରୁଛନ୍ତି ଆଗାମୀ ଦିନରେ ଜନସାଧାରଣ ନିର୍ବାଚନରେ ଉପଯୁକ୍ତ ଜବାବ ଦେବାକୁ ଆପ ଆହ୍ୱାନ ଦେଇଚି ଓଡିଶା ବାସୀଙ୍କୁ । ପୁରୀ ଆପ୍‌ର ଜିଲ୍ଲା ଆବାହକ ସଂଜୀବ କୁମାର ମହାନ୍ତିଙ୍କ ନେତୃତ୍ୱରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

one × three =