ରାଜ୍ୟରେ ଦଳିତ ପରିବାର ଉପରେ ବିଜେଡି ଗୁଣ୍ଡାଙ୍କ ଦବଙ୍ଗଗିରୀ ନେଇ ବିଜେପିର ପ୍ରେସମିଟ

0 100

ପୁରୀ,୭/୮- କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳୀର ନବକିଶୋର ମଲ୍ଲିକଙ୍କ ପୁତ୍ର ତାଙ୍କ ପଞ୍ଚାୟତରେ ନରେଗା, ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା ଇତ୍ୟାଦି ଉନ୍ନତିମୂଳକ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ସରପଞ୍ଚ ତାଙ୍କର ସମର୍ଥକଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ପୁଲିସ୍‌ ପକ୍ଷରୁ ଗ୍ରହଣ କରାଯାଇନାହିଁ । ସେପଟେ ନାଉଗାଁରେ ମଧ୍ୟ ଦଳିତ ମହିଳା ମାନଙ୍କୁ ବିଜେଡିକର୍ମୀ ଆକ୍ରମଣ କରିବା ସହ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ଫଟୋ ମଧ୍ୟ ତଳେ ପକାଇ ଦଳାଚକଟା କରିଥିଲେ । ଯାହାକି ତାଙ୍କ ପ୍ରତି ଘୋର ଅସମ୍ମାନ । ସେଠାରେ ମଧ୍ୟ ପୋଲିସ୍‌ ନିରବଦ୍ରଷ୍ଟା ସାଜିଥିବା ବେଳେ ଏପର୍ଯ୍ୟନ୍ତ କାହାରି ଉପରେ କାର୍ଯ୍ୟାନୁଷ୍ଠାନ ନେଇନାହିଁ । ସେଥିପାଇଁ ଏହାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଏକ ସାମ୍ୱାଦିକ ସମ୍ମୀଳନୀ ପୁରୀରେ ଅନୁଷ୍ଠିତ ହେବାସହ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । ତେବେ ଦୁଇଟିଯାକ ଘଟଣାକୁ କେନ୍ଦ୍ର କରି ଆସନ୍ତା ୯,୧୦ ଓ ୧୧ ତାରିଖରେ ରାଜ୍ୟର ପ୍ରତିଟି ଜିଲ୍ଲାରେ ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ନାରକପତ୍ର ଦିଆଯିବ ବୋଲି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସେପଟେ ଆସନ୍ତା ୧୧ ତାରିଖରେ ଅନୁସୂଚିତ ଜାତି ତରଫରୁ ପୁରୀରେ ଜିଲ୍ଲାପାଳଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଦଳ ସୂଚନା ଦେଇଛି ।

hiranchal ad1
Leave A Reply

Your email address will not be published.

sixteen + eleven =